ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ଜିମ୍ନାଷ୍ଟିକ୍ସ କେନ୍ଦ୍ରଠାରେ ମଙ୍ଗଳବାରଠୁ ଆରମ୍ଭ ହୋଇଛି ଜାତୀୟ ବରିଷ୍ଠ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା। ପ୍ରଥମ ଦିନରେ ଅଲ୍ରାଉଣ୍ଡ୍ରେ ରାକେଶ ପାତ୍ର ଶୀର୍ଷରେ ରହିଥିଲା ବେଳେ ଦଳଗତରେ ରେଳବାଇ ୨୯୩ ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ଜିତିଛି। ଓଡ଼ିଶା (୨୯୦.୪୦) କାଂସ୍ୟ ଓ ସର୍ଭିସେସ୍ (୨୯୨.୧୦) ରୌପ୍ୟ ପାଇଛି। ମଙ୍ଗଳବାର ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ କ୍ରୀଡ଼ା ନିର୍ଦେଶକ ସିଦ୍ଧାର୍ଥ ଦାସ, ଓଡ଼ିଶା ଅଲିମ୍ପିକ୍ ସଂଘର ସମ୍ପାଦକ ଅଭିଜିତ ପଲ ଯୋଗ ଦେଇଥିଲେ।
ଜାତୀୟ ବରିଷ୍ଠ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଆରମ୍ଭ: ଅଲ୍ରାଉଣ୍ଡ ଶୀର୍ଷରେ ରାକେଶ, ଓଡ଼ିଶା ଦଳକୁ କାଂସ୍ୟ
/sambad/media/post_attachments/wp-content/uploads/2024/01/dgjgggggj.jpg)