ଜାତୀୟ ବରିଷ୍ଠ ସୁନ୍ଦରସ୍ୱାସ୍ଥ୍ୟ:ରୌପ୍ୟ ବିଜେତା ଅନୀଲଙ୍କୁ ସମ୍ବର୍ଧନା

ଭୁବନେଶ୍ୱର: ମହାରାଷ୍ଟ୍ରର ପୁନେରେ ରବିବାର ଉଦ୍‌ଯାପିତ ଏକାଦଶ ଜାତୀୟ ବରିଷ୍ଠ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଏକମାତ୍ର ପଦକ ଜିତିଥିବା (ଅନୀଲ ଗୋଚ୍ଛିକାରଙ୍କୁ ମଙ୍ଗଳବାର ଭୁବନେଶ୍ୱର ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଧନା ଦିଆଯାଇଛି। ଅନୀଲ ୬୫ କିଲୋଗ୍ରାମ ଓଜନ୍‌ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ବିମାନବନ୍ଦରରେ ଓଡ଼ିଶା ସୁନ୍ଦର ସ୍ୱାସ୍ଥ୍ୟ ସଂଘର ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆରଙ୍କ ନେତୃତ୍ୱରେ ବହୁ ସଦସ୍ୟ ଓ କର୍ମକର୍ତା ଅନୀଲଙ୍କୁ ସ୍ୱାଗତ କରିଥିଲେ। ଏଥି ସହିତ ଏସୀୟ ଏବଂ ବିଶ୍ୱ ପ୍ରତିଯୋଗିତା ଲାଗି ଅନୀଲ ଯୋଗ୍ୟତା ଅର୍ଜନ କରିଥିବାରୁ ସେଠାରେ ରାଜ୍ୟ ତଥା ଦେଶର ଗୌରବ ବଢ଼ାଇବାରେ ସକ୍ଷମ ହେବେ ବୋଲି ସମ୍ପାଦକ ଶ୍ରୀ ପ୍ରସନ୍ନ ମହାସୁଆର ଆଶା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର