ଜାତୀୟ ବରିଷ୍ଠ ହକି ପାଇଁ ପୁୁଣେ ଗଲା ଦଳ: ଅଭିଷେକ ଓଡ଼ିଶା ଅଧିନାୟକ

ଭୁବନେଶ୍ବର: ମହାରାଷ୍ଟ୍ର ପୁଣେର ପିମ୍ପ୍ରିଠାରେ ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଏକାଦଶ ଜାତୀୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତା ଲାଗି ବୁଧବାର ଓଡ଼ିଶା ଦଳ ‌ସେଠାକୁ ଯାତ୍ରା କରିଛି। ନିକଟରେ କଳିଙ୍ଗ ଷ୍ଟାଡିୟମ୍‌ରେ ଶେଷ ହୋଇଥିବା କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ରେ ଭାରତୀୟ ଦଳରେ ଥିବା ରକ୍ଷଣଭାଗ ଖେଳାଳି ଅଭିଷେକ ଲାକ୍ରା ରାଜ୍ୟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଜି ତେଜେଶ୍ବର ରାଓ ଓ ଦିଲୀପ କୁମାର ସ’ଙ୍କ ରୂପରେ ଓଡ଼ିଶା ଦଳରେ ଦୁଇ ଜଣ ଗୋଲ୍‌ରକ୍ଷକ ଅଛନ୍ତି।

ବୁଧବାର ଓଡ଼ିଶା ହକି ବିକାଶ ପରିଷଦର ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲୀପ ତିର୍କି ଏକ ସ୍ବତନ୍ତ୍ର ଉତ୍ସବରେ ଓଡ଼ିଶା ଖେଳାଳିଙ୍କୁ ଜର୍ସି ପ୍ରଦାନ କରିଥିଲେ। ପୁଲ୍-ଏଫ୍‌’ରେ ସ୍ଥାନ ପାଇଥିବା ଓଡ଼ିଶା ଦ୍ବିତୀୟ ଦିନ ଅର୍ଥାତ୍ ୧୨ ତାରିଖରେ ହକି ଗୁଜରାଟ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ।

ଓଡ଼ିଶା ଦଳ
ଅଭିଷେକ ଲାକ୍ରା (ଅଧିନାୟକ), ଜି ତେଜେଶ୍ବର ରାଓ (ଗୋଲ୍‌ରକ୍ଷକ), ସୁଶୀଲ ଧନୱାର, ସତୀଶ ଏକ୍କା, ଦୀପକ ଜନ୍ କେର୍କେଟା, ଷ୍ଟାନଲି ଭିକ୍ଟର ମିଞ୍ଜ୍, ପ୍ରସାଦ କୁଜୁର, ଗ୍ରେଗୋରି ଖେସ୍, ମଙ୍ଗ୍ରା ଭେଙ୍ଗ୍ରା, ବିଜୁ ଏକ୍କା, ପ୍ରକାଶ ବାର୍ଲା, ଅଭିଜିତ ସ୍ବାଇଁ, ରାହୁଲ ଏକ୍କା, ଅଜୟ କୁମାର ଏକ୍କା, ପତ୍ରାସ ତିର୍କି, ଆକାଶ କୁଜୁର, ସିବେନ ଲାକ୍ରା, ଦୀଲିପ କୁମାର ସ’ (ଗୋଲ୍‌ରକ୍ଷକ)। ପୌଲିନା ‌ସୋରେନ୍ ଦଳର ପ୍ରବନ୍ଧକ ଥିଲା ବେଳେ କାଳୁଚରଣ ଚୌଧୁରୀ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ସେହିଭଳି ଶ୍ବେତା ଆତିଲି ଫିଜିଓ ଏବଂ ବସନ୍ତ କୁମାର ଟ୍ରେନର ଦଳର ଟ୍ରେନର ରହିଛନ୍ତି।

ସମ୍ବନ୍ଧିତ ଖବର