ବ୍ରହ୍ମପୁର: କୋଲକାତାର ଖୁଦିରାମ ଅନୁଶୀଳନ କେନ୍ଦ୍ରଠାରେ ଆୟୋଜିତ ଜାତୀୟ ବରିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଆଉ ଜଣେ ପ୍ରତିଯୋଗୀ ସୁରେଶ ଯାଦବ ପଦକ ଜିଣିବାରେ ସକ୍ଷମ ହୋଇଛନ୍ତି। ସେ ୯୬ କେଜି ବର୍ଗରେ ମୋଟ ୩୧୦ (୧୪୦ କେଜି ସ୍ନାଚ୍, ୧୭୦ କେଜି କ୍ଲିନ୍ ଆଣ୍ଡ ଜର୍କ) କେଜି ଭାରୋତ୍ତୋଳନ କରିି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ହାସଲ କରିଥିଲେ। ତେବେ ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଅନ୍ତଃରାଜ୍ୟ କ୍ଷେତ୍ରରେ ରୌପ୍ୟ ପଦକ ପ୍ରଦାନ କରାଯାଇଛି। ସୁରେଶ ବ୍ରହ୍ମପୁରରେ କିଛି ଦିନ ରହି ବୀର ହନୁମାନ କ୍ଲବ୍ରେ ଅଭ୍ୟାସ କରୁଥିଲେ। ଏବେ ସେ ପୁଣେସ୍ଥିତ ସ୍ପୋର୍ଟ୍ସ ଏକାଡ଼େମିରେ ତାଲିମ ନେଉଛନ୍ତି। ଏହି ପ୍ରତିଯୋଗିତା ଓଡ଼ିଶାର ୧୭ ଖେଳାଳି ଅଂଶଗ୍ରହଣ କରିଥିଲେ। ଗତ ମଙ୍ଗଳବାର କାହ୍ନୁଚରଣ ସାହୁ ପ୍ରଥମ ଖେଳାଳି ଭାବେ ଦୁଇଟି କାଂସ୍ୟ ପଦକ ଜିତିଥିଲେ। କାହ୍ନୁ ଏବଂ ସୁରେଶଙ୍କ ବ୍ୟତୀତ ଅନ୍ୟ କେହି ପଦକ ଜିତିବାକୁ ସକ୍ଷମ ହୋଇନାହାନ୍ତି।
ଜାତୀୟ ବରିଷ୍ଠ ଭାରୋତ୍ତୋଳନ, ଶେଷ ପଦକ ଜିତିଲେ ସୁରେଶ
/sambad/media/post_attachments/wp-content/uploads/2020/02/dg65h4dfh78d9hd98fh7df8h7465dfh4f65dh465fdhfshfshhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)