ଭୁବନେଶ୍ବର: ହାଇଦ୍ରାବାଦରେ ଅୟୋଜିତ ଜାତୀୟ ସିରିଜ୍ ଟେନିସ ପ୍ରତିଯୋଗିତାରେ ଓଡ଼ିଶାର ଦେବାଶିଷ ସାହୁ ଦ୍ବିମୁକୁଟ କରାୟତ୍ତ କରିଛନ୍ତି। ପୁରୁଷ ଏକକ ଫାଇନାଲ୍ରେରେ ଦେବାଶିଷ ୬-୧, ୭-୫ ସେଟ୍ରେ କର୍ଣ୍ଣାଟକର ମାଇକେଲ୍ ଡାଭିଡଙ୍କୁ ହରାଇଥିଲେ। ସେହିପରି ଯୁଗଳରେ ହରିୟାଣାର ସିଦ୍ଧାର୍ଥ ଶର୍ମାଙ୍କୁ ସାଥୀ କରି ସେ ୬-୪, ୬-୪ ସେଟ୍ରେ ତାମିଲନାଡ଼ୁ ଯୋଡ଼ି ବିଷ୍ଣୁ ବାଳଚନ୍ଦ୍ର ଓ ଏସ୍ କାନନ୍ଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ପରେ ଦେବାଶିଷ ୧୬ ବର୍ଷରୁ କମ୍ ବର୍ଗରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଭାରତୀୟ ଖେଳାଳି ହୋଇଛନ୍ତି। ସେ ସଏଦ ଫାରା ଅଲୀଙ୍କଠୁ ପ୍ରଶିକ୍ଷଣ ନେଉଛନ୍ତି। ତାଙ୍କ ପ୍ରଶିକ୍ଷଣ ଶିବିର ସାଥୀ ଓଡ଼ିଆ ଝିଅ ସୋହିନି ମହାନ୍ତି ନିକଟରେ ୧୪ ବର୍ଷରୁ କମ୍ ବାଳିକାରେ ଭାରତର ଏକ ନମ୍ବର ଖେଳାଳି ହୋଇଥିଲେ।
ଜାତୀୟ ସିରିଜ୍ ଟେନିସ୍: ଦେବାଶିଷଙ୍କୁ ଦ୍ବିମୁକୁଟ
/sambad/media/post_attachments/wp-content/uploads/2022/01/f4h65sf4sf654hfs4fs65fshsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)