ଭୁବନେଶ୍ୱର: ପଞ୍ଜାବର ଜଳନ୍ଧର ଇନ୍ଡୋର ଷ୍ଟାଡିୟମ୍ରେ ଗତ ରବିବାର ଆୟୋଜିତ ଜାତୀୟ କ୍ୱୋରୁଗୀ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶାକୁ ୨ ରୌପ୍ୟ ପଦକ ମିଳିଛି। ସର୍ବଭାରତୀୟ ଟାଏକୋଣ୍ଡୋ ସଂଘ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାକୁ ଓଡ଼ିଶା ସଂଘ ୨୦ ପ୍ରତିଯୋଗୀ ପଠାଇଥିଲା। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ଚନ୍ଦ୍ରାଂଶୁ ପତିମିଶ୍ର କନିଷ୍ଠ ୪୮ କେଜିରୁ କମ୍ ଏବଂ ପୁରୀର ପ୍ରଶାନ୍ତ ପାତ୍ର କନିଷ୍ଠ ୬୪ କେଜିରୁ କମ୍ ବର୍ଗରେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରି ରୌପ୍ୟ ପଦକ ହାତେଇଛନ୍ତି। ଦୁଇ ପଦକ ବିଜେତାଙ୍କୁ ଓଡ଼ିଶା ସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
ଜାତୀୟ କ୍ୱୋରୁଗୀ ଟାଏକୋଣ୍ଡୋ:ଚନ୍ଦ୍ରାଂଶୁ, ପ୍ରଶାନ୍ତଙ୍କୁ ରୌପ୍ୟ
/sambad/media/post_attachments/wp-content/uploads/2017/10/chandransu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)