ଜାତୀୟ ସ୍ନୁକର ଖେଳିବେ ୩ ଓଡ଼ିଆ

ଭୁବନେଶ୍ବର: ଇନ୍ଦୋରରେ ଚାଲିଥିବା ଜାତୀୟ ସ୍ନୁକର ପ୍ରତିଯୋଗିତାରେ ଓଡ଼ିଶାର ୩ ଶୀର୍ଷ ‌ଖେଳାଳି ଆକାଶ ମହାପାତ୍ର, ସୁବ୍ରତ କୁମାର ଦାସ ଏବଂ ଡକ୍ଟର ରାକେଶ ରୋଶନ ପ୍ରଧାନ ବୁଧବାରଠାରୁ ଅଭିଯାନ ଆରମ୍ଭ କରିବେ। ଡବଲ୍ ଏଲିମିନେସନ୍ ରାଉଣ୍ଡ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ଭାଗରୁ ୧୪୪ ଜଣ ଅଂଶଗ୍ରହଣ କରିଛନ୍ତି। ଏଠାରେ ସଫଳ ହେଲେ ସେମାନେ ରାଉଣ୍ଡ୍ ଅଫ ୬୪କୁ‌ ଯୋଗ୍ୟତା ଅର୍ଜନ କରିବେ। ଓଡ଼ିଶା କ୍ୟୁ ସ୍ପୋର୍ଟସ ଦୁନିଆର ଯୁବରାଜ ଆଶୁତୋଷ ପାଢ଼ୀ ସିଧାସଳଖ ରାଉଣ୍ଡ୍ ଅଫ୍ ୬୪ ଖେଳିବେ। ଅନ୍ୟ ପକ୍ଷରେ ବରିଷ୍ଠ ବିଲିୟାର୍ଡସ ବର୍ଗରେ ଖେଳିଥିବା କୁନାଲ ଅଗ୍ରୱାଲ ଏବଂ ଡକ୍ଟର ରାକେଶ ରୋଶନ ପ୍ରଧାନ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ମୁଖ୍ୟ ଡ୍ର’ରେ କୁନାଲ ୩ଟିରୁ ଗୋଟିଏ ବିଜୟ, ୨ ପରାଜୟ ଏବଂ ରାକେଶ ସମସ୍ତ ୩ ପରାଜୟ ବରଣ କରିଥିଲେ।

ସମ୍ବନ୍ଧିତ ଖବର