ଜାତୀୟ ସଫ୍ଟଟେନିସ୍‌ ଉଦ୍‌ଯାପିତ

ଭୁବନେଶ୍ବର : ଖୋର୍ଦ୍ଧାର କେଟି ଗ୍ଲୋବାଲ୍ ସ୍କୁଲ୍ ପରିସରରେ ଅନୁଷ୍ଠିତ ୧୯ତମ ଜାତୀୟ ସଫ୍ଟଟେନିସ୍ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ପୁରୁଷ ଦଳଗତ ବର୍ଗରେ ଗୁଜରାଟ ୨-୧ରେ ମଧ୍ୟପ୍ରଦେଶକୁ ପରାସ୍ତ କରି ବିଜେତା ହୋଇଛି। ଚଣ୍ଡିଗଡ଼-ପଞ୍ଜାବ ଯୁଗ୍ମ ଭାବେ କାଂସ୍ୟ ପଦକ ହାସଲ କରିଛନ୍ତି। ମହିଳା ଦଳଗତ ଫାଇନାଲ୍‌ରେ ତାମିଲନାଡୁ ମଧ୍ୟ ସମାନ ୨-୧ରେ ମଧ୍ୟପ୍ରଦେଶକୁ ପରାସ୍ତ କରି ଟ୍ରଫି ଜିତିଛି। ଆନ୍ଧ୍ରପ୍ରଦେଶ-ଗୁଜରାଟ ଯୁଗ୍ମଭାବେ କାଂସ୍ୟ ପଦକ ହାସଲ କରିଛନ୍ତି।

ଉଦ୍‌ଯାପନୀ ଉତ୍ସବରେ ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ଆଇଆଇଜି କ୍ରୀଡ଼ା ସଂଗଠର ପ୍ରଶାନ୍ତ କୁମାର ପୁହାଣ, ଓଡ଼ିଶା ସଫ୍‌ଟଟେନିସ୍ ସଂଘ ମୁଖ୍ୟ ପରାମର୍ଶଦାତା ଡକ୍ଟର ପ୍ରସନ୍ନ ପାଟଶାଣୀ, ଅଧ୍ୟକ୍ଷ ରଂଜନ ନନ୍ଦ, ସଭାପତି ବିକାଶ ପଟ୍ଟନାୟକ, ଉପ ସଭାପତି ରୁଦ୍ରନାରାୟଣ ବେହେରା, ରାମେଶ ଚନ୍ଦ୍ର ଦାସ, ସମ୍ପାଦକ ମହମ୍ମଦ ଆଜାମ, ଆଇଆଇଜି ଏକାଡେମିର ନିର୍ଦେଶକ ପୂର୍ଣ୍ଣାଶିଷ ରଥ, ଟିକନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର