ନୂଆଦିଲ୍ଲୀ: ପାଞ୍ଚ ଥର ବିଶ୍ୱ ବିଜୟିନୀ ଏମ୍ସି ମେରିକମ୍ଙ୍କ ପରେ ଯୁଗଳ ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ମଧ୍ୟ ଜାତୀୟ କ୍ରୀଡ଼ା ପର୍ଯ୍ୟବେକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ସକ୍ରୀୟ କ୍ରୀଡ଼ାବିତ୍ମାନେ ଏହି ପଦ ଅଳଂକୃତ କରିପାରିବେ ନାହିଁ ବୋଲି କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର ସ୍ପଷ୍ଟ୍ କରିଥିବାରୁ ଚଳିତ ମାସ ୧ ତାରିଖ ଦିନ ମହିଳା ମୁଷ୍ଟିଯୋଦ୍ଧା ମେରିକମ୍ ପଦତ୍ୟାଗ କରିଥିଲେ। ଏବେ ଗୋଟିଏ ସପ୍ତାହ ପରେ ୩୪ ବର୍ଷ ବୟସ୍କ କୁସ୍ତିଯୋଦ୍ଧା ସୁଶୀଲ କୁମାର ମଧ୍ୟ ପଦତ୍ୟାଗ କଲେ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତିରେ କୁହାଯାଇଛି। ଉଭୟ ମେରିକମ୍ ଓ ସୁଶୀଲ ସେମାନଙ୍କ ଇସ୍ତଫା ପତ୍ର ଦାଖଲ କରିଥିବା ଏବଂ ତାହା ଗୃହୀତ ହୋଇଥିବା ମନ୍ତ୍ରଣାଳୟ କହିଛି। ମେରିକମ୍ଙ୍କ ସହିତ ସୁଶୀଲ କୁମାର ମଧ୍ୟ ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ବିଜୟ ଗୋଏଲ୍ଙ୍କ ଦ୍ୱାରା ନିଯୁକ୍ତ ୧୨ ଜାତୀୟ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ସାମିଲ ଥିଲେ।
ଜାତୀୟ କ୍ରୀଡ଼ା ପର୍ଯ୍ୟବେକ୍ଷକ ପଦରୁ ସୁଶୀଲ ବି ଇସ୍ତଫା ଦେଲେ
/sambad/media/post_attachments/wp-content/uploads/2017/12/Sushil-Kumar_4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)