କଟକ: ଓଡ଼ିଶା ଜିମ୍ନାଷ୍ଟିକ ସ˚ଘର ସମ୍ପାଦକ ଅଶୋକ ସାହୁ ଜାତୀୟ ଚୟନ ସମିତିର ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ବ ପାଇଛନ୍ତି। ଏଭଳି ଦାୟିତ୍ବ ପାଇବାରେ ସେ ପ୍ରଥମ ଓଡ଼ିଆ। ଆସନ୍ତା ୪ ବର୍ଷ ପାଇଁ ସେ ଏହି ଦାୟିତ୍ବରେ ରହିବେ ବୋଲି ଭାରତୀୟ ଜିମ୍ନାଷ୍ଟିକ୍ ମହାସ˚ଘ ପକ୍ଷରୁ ସୂଚନା ଦିଆଯାଇଛି। ଅଶୋକଙ୍କ ନେତୃତ୍ବରେ ଉପକନିଷ୍ଠରୁ ବରିଷ୍ଠ ପର୍ଯ୍ୟନ୍ତ ସମସ୍ତ ବର୍ଗର ଜାତୀୟ ଦଳ ଚୟନ ଭାର ତାଙ୍କ ଉପରେ ନ୍ୟସ୍ତ ରହିବ। ଏହି କାର୍ଯ୍ୟରେ ଚୟନ ସମିତିର ଅନ୍ୟ ୬ ଜଣ ସଦସ୍ୟ ତାଙ୍କୁ ସହଯୋଗ କରିବେ। ଅଶୋକ ପୂର୍ବରୁ ସର୍ବଭାରତୀୟ ସ˚ଘର ଯୁଗ୍ମ ସମ୍ପାଦକ ଓ ଉପସଭାପତି ଭାବେ କାର୍ଯ୍ୟ କରିଛନ୍ତି। ଏଥିସହିତ ଅଶୋକ ୨୦୧୦ରେ ଟୋକିଓରେ ହୋଇଥିବା ଆନ୍ତର୍ଜାତିକ କନିଷ୍ଠ ଜିମ୍ନାଷ୍ଟିକ୍ ପ୍ରତିଯୋଗିତା, ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୨୦୧୧ରେ ଟୋକିଓରେ ବିଶ୍ବ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ ଏବ˚ ୨୦୧୪ରେ ଦକ୍ଷିଣ କୋରିଆ ଏସୀୟ କ୍ରୀଡ଼ାରେ ଭାରତୀୟ ଜିମ୍ନାଷ୍ଟିକ୍ ଦଳର ପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଥିଲେ। ଖେଳ ଜୀବନରେ ମଧ୍ୟ ଏକାଧିକ ଜାତୀୟ ପ୍ରତିଯୋଗିତାରେ ସେ ଓଡ଼ିଶାକୁ ପ୍ରତିନିଧିତ୍ବ କରିଛନ୍ତି। ଅଶୋକଙ୍କ ଏହି ନିଯୁକ୍ତି ପାଇଁ ଓଡ଼ିଶା ଦୌଡ଼କୁଦ ସ˚ଘ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଜିମ୍ନାଷ୍ଟିକ ସ˚ଘ ସଭାପତି ସମୀର ଦେ, ଓଡ଼ିଶା କ୍ରିକେଟ ସ˚ଘ ସମ୍ପାଦକ ସ˚ଜୟ ବେହେରା, ଓଡ଼ିଶା ଅଲିମ୍ପିକ ସ˚ଘ ଭାରପ୍ରାପ୍ତ ସମ୍ପାଦକ ଅଭିଜିତ ପାଲ୍ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
କଟକ: ଓଡ଼ିଶା ଅଲିମ୍ପିକ ସ˚ଘର କୋଷାଧ୍ୟକ୍ଷ ଅଧୀପ ଦାସ ଭାରତୀୟ ଅଲିମ୍ପିକ ସ˚ଘ (ଆଇଓଏ)ର 'ଅଲିମ୍ପିକ ଏକତା ପାଣ୍ଠି ସମିତି'ର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଆଇଓଏର ଉପ ସଭାପତି ତଥା ଦିଲ୍ଲୀ ଅଲିମ୍ପିକ ସ˚ଘ ସଭାପତି କୁଲଦୀପ ଭାଟ୍ସ ଏହି ସମିତିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ସମିତିରେ ଅନ୍ୟମାନଙ୍କ ମଧ୍ୟରେ ସହଦେବ ଯାଦବ, ଦିଗବିଜୟ ସି˚ହ, ଚନ୍ଦ୍ରମୁଖୀ ଶର୍ମା, ହରିଓମ୍ କୌଶିକ, ରୁପକ ଦେବରଏ, ଆର୍.କେ. ସଚେଟି, ରାଜେଶ ଭଣ୍ତାରୀ, ଅଭିଜିତ ସରକାର ଓ ଧନରାଜ ଚୌଧୁରୀ ସ୍ଥାନ ପାଇଛନ୍ତି। ୨୦୨୦-୨୧ ବର୍ଷରେ ଆଇଓଏ ଓ ଜାତୀୟ ଅଲିମ୍ପିକ ସମିତି (ଏନ୍ଓସି) ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ଏହି ସମିତି ତଦାରଖ କରିବ। ଏଥିସହ ବ୍ୟୟ ଅଟକଳ, ପାଣ୍ଠି, ସ୍କଲାରସିପ୍, ଅନୁଦାନ ଇତ୍ୟାଦିର ଦୈନନ୍ଦିନ କାର୍ଯ୍ୟର ଅଗ୍ରଗତି ବାବଦରେ ଏହି ସମିତି ସଭାପତି ନରିନ୍ଦର ବାତ୍ରା ଓ ସମ୍ପାଦକ ରାଜୀବ ମେହେତାଙ୍କୁ ଅବଗତ କରିବେ ବୋଲି ସୂଚନା ଦିଆଯାଇଛି। ଏମାନଙ୍କ ସହିତ ଆଇଓଏ କାର୍ଯ୍ୟାଳୟର ଇରେନି କୋଷି ଓ ମୃଣାଳିନୀ ସମସ୍ତ କାର୍ଯ୍ୟରେ ସମିତିକୁ ସହଯୋଗ କରିବା ସହିତ ସବୁ ବ୍ୟବସ୍ଥାଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରିବା ଦିଗରେ ସହାୟତା କରିବେ। ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ହେବା ପରେ ଆନ୍ତର୍ଜାତିକ ଅଲିମ୍ପିକ ସମିତି ବ୍ୟୟବହୁଳ ଖେଳଗୁଡ଼ିକର ଖର୍ଚ୍ଚକୁ ଏନ୍ଓସି ଜରିଆରେ ଅଲିମ୍ପିକ୍ସ ଏକତା ପାଣ୍ଠି ୪.୬୬ କୋଟି ଡଲାରରୁ ୫.୭ କୋଟି ଡଲାରକୁ ବୃଦ୍ଧି କରାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/dgjdgj7dg89j7gd8j97dg98jdgdgdgdgdgdgdgdgdgdgdgdgdgdgdgdg.jpg)