ଜାତୀୟ ମାଷ୍ଟର୍ସ ଦୌଡ଼କୁଦ ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁରଠାରେ ଫେବ୍ରୁଆରି ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୪୦ତମ ଜାତୀୟ ମାଷ୍ଟର୍ସ ଦୌଡ଼କୁଦ ପ୍ରତିଯୋଗିତା ଲାଗି ୪୬ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ଏଥିରେ ୩୭ ଜଣ ପୁରୁଷ ଥିଲା ବେଳେ ୯ ଜଣ ମହିଳା ଅଛନ୍ତି। ଓଡ଼ିଶା ଦଳ ଫେବ୍ରୁଆରି ୩ ତାରିଖ ସକାଳ ୮ଟା ୩୦ରେ ଭୁବନେଶ୍ବରରରୁ ଗୁଣ୍ଟୁର ଅଭିମୁଖେ ଯାତ୍ରା‌ କରିବ ବୋଲି ଓଡ଼ିଶା ମାଷ୍ଟର୍ସ ଦୌଡ଼କୁଦ ସଂଘର ସଂପାଦକ ସନ୍ତୋଷ କୁମାର ଦାସ ଜଣାଇଛନ୍ତି। ଖେଳାଳିମାନେ ଫେବ୍ରୁଆରି ୩ ତାରିଖ ସକାଳ ୭ଟା ସୁଦ୍ଧା ଭୁବନେଶ୍ବର ରେଳ ଷ୍ଟେସନରେ ପ୍ରବନ୍ଧକ ସୁଦାମ ଚରଣ ସାହୁଙ୍କୁ ରିପୋର୍ଟ କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର