କଟକ: ଅରୁଣାଚଳ ପ୍ରଦେଶରେ ଚାଲିଥିବା ଜାତୀୟ ଉପକନିଷ୍ଠ ଫୁଟବଲ୍ ପ୍ରତିଯୋଗିତାରେ ଓଡ଼ିଶା ସେମି ଫାଇନାଲ୍ ପ୍ରବେଶ କରିଛି। ସୋମବାର ମ୍ୟାଚରେ ଓଡ଼ିଶା ଘରୋଇ ଦଳକୁ ୧-୦ ଗୋଲ୍ରେ ପରାସ୍ତ କରିଛି। ବିଜୟୀ ଦଳର ଅଜୟ ଟପ୍ପୋ ୮୩ ମିନିଟ୍ରେ ଏହି ଗୋଲ ଦେଇଥିଲେ। ଏହି ବିଜୟ ଫଳରେ ଓଡ଼ିଶା ଗ୍ରୁପ୍ ଏ'ରେ ମୋଟ ୧୦ ପଏଣ୍ଟ ପାଇ ଗ୍ରୁପ୍ ବିଜେତା ହୋଇଛି। ଓଡ଼ିଶା ଏଥିପୂର୍ବରୁ ତାମିଲନାଡୁକୁ ୩-୦ ଓ ମହାରାଷ୍ଟ୍ରକୁ ୪-୨ ଗୋଲ୍ରେ ପରାସ୍ତ କରିଥିଲା ବେଳେ ପଞ୍ଜାବ ସହ ୧-୧ ଗୋଲ୍ରେ ଅମୀମା˚ସିତ ରଖିଥିଲା।
ଜାତୀୟ ଉପକନିଷ୍ଠ ଫୁଟ୍ବଲ ସେମିରେ ଓଡ଼ିଶା
/sambad/media/post_attachments/wp-content/uploads/2018/12/sub-jumior-football.jpg)