ଜାତୀୟ ଉପକନିଷ୍ଠ ‌ଟେନିସ୍‌ କ୍ରିକେଟ୍‌ ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ‌ତୃତୀୟ ଜାତୀୟ ଉପକନି‌ଷ୍ଠ ‌ଟେନିସ୍‌ କ୍ରିକେଟ୍‌ ଲାଗି ଶୁକ୍ରବାର ଓଡ଼ିଶା ‌ଦଳ ଘୋଷିତ ହୋଇଛି। ୨୪ ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତା ଚଳିତ ମାସ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସଫଳତା ହାସଲ ଲାଗି ଖେଳାଳିମାନଙ୍କୁ ଭାରତୀୟ ଟେନିସ୍‌ କ୍ରିକେଟ୍‌ ସଂଘର ବୈଷୟିକ ମୁଖ୍ୟ ତଥା ପୂର୍ବାଞ୍ଚଳ ପ୍ରବନ୍ଧକ ରିଣ୍ଟୁ ମିତ୍ର, ଓଡ଼ିଶା ଟେନିସ୍‌ କ୍ରିକେଟ୍‌ ସଂଘର ସଭାପତି ଅବିନାଶ ସାହୁ, ଉପସଭାପତି ରାଜେନ୍ଦ୍ର ମହାରଣା, ଉପସମ୍ପାଦକ ସୌଭେନ୍ଦ୍ର ମହାରଣା, ଦେବବ୍ରତ ସାହୁ ଏବଂ ମହମ୍ମଦ ଆଜାମ ‌ଶୁଭେଚ୍ଛା ଜଣାଇଛନ୍ତି।

ଦଳ: ମାନସ ମୁଖୀ (ଅଧିନାୟକ), ଅଭି‌େଷକ ହୋତୀ, ବିକ୍ରମ ଦାସ, ମହମ୍ମଦ ଇର୍ଫାନ, ଶ୍ରୀତମ ଜେନା, ସ୍ପନ୍ଦନ ମହଲ, ଚନ୍ଦନ ସୁବୁଦ୍ଧି, ମହମ୍ମଦ ‌େସହେଲ, ନିସାନ ଖାନ୍, ସୁମିତ ମୁନା, ସୌନିପ ସୁନା, ଅନ୍ମୟ ସିଂହଦେଓ, ପ୍ରସାଦ ଖୁଣ୍ଟିଆ, ଦୀପକ ପରିଡ଼ା (ପ୍ରଶିକ୍ଷକ) ଓ ସୁଧାକର ମୁଦୁଲି (ପ୍ରବନ୍ଧକ)।

ସମ୍ବନ୍ଧିତ ଖବର