ସର୍ବଭାରତୀୟ ସୁପର ସିରିଜ୍‌ ଟେନିସ୍‌: ଦେବାଶିଷଙ୍କୁ ଦୁଇଟି ଉପବିଜେତା ଟ୍ରଫି

ଭୁବନେଶ୍ବର: କୋଲକାତାର ସାଉଥ୍‌ କ୍ଲବ୍‌ରେ ଶେଷ ହୋଇଥିବା ସର୍ବଭାରତୀୟ ସୁପର୍‌ ସିରିଜ୍‌ ଟେନିସ୍ ପ୍ରତିଯୋଗିତାରେ ଓଡ଼ିଶାର ଦେବାଶିଷ ସାହୁ ଦୁଇଟି ବର୍ଗରେ ଉପ ବିଜେତା ଟ୍ରଫି ହାସଲ କରିଛନ୍ତି। ୧୪ ବର୍ଷରୁ କମ୍ ଏକକ ଏବଂ ଯୁଗଳ ବର୍ଗରେ ସେ ଦ୍ବିତୀୟ ସ୍ଥାନରେ ରହିଥିଲେ। ଏକକ ଫାଇନାଲରେ‌ ଦେବାଶିଷଙ୍କୁ ୪-୬, ୪-୬ରେ ଏସୀୟ ଏକ ନମ୍ବର ରୁଷୀଲ ଖୋସାଲ୍‌ ହରାଇ ଦେଇଥିଲେ। ଯୁଗଳ ବର୍ଗରେ‌ ଦେବାଶିଷ-ଜାସନ୍‌ ମାଇକେଲ୍ ଡେଭିଡ୍‌ଙ୍କୁ ରୁଷୀଲ ଖୋସାଲ-ମୋହନ ନାଥ ଯୋଡ଼ି ୬-୩, ୭-୫ ସେଟ୍‌ରେ ହରାଇ ଦେଇଥିଲେ। ଏଥି ସହିତ ରୁଷୀଲ ଦ୍ବିମୁକଟ ଅର୍ଜନ କରିଥିଲେ। ଫାରହାନ୍‌ ଟେନିସ୍ ଏକାଡେମିରେ ତାଲିମ ନେଉଥିବା ଦେବାଶିଷ ପ୍ରଥମ ଓଡ଼ିଆ ଭାବେ ମାର୍ଚ ମାସରେ କୋଲକାତାର ସାଉଥ୍ କ୍ଲବ୍‌ରେ ଅନୁଷ୍ଠିତ ୱିମ୍ବଲଡନ୍ କନିଷ୍ଠ ପ୍ରତିଯୋଗିତାରେ ଭାଗନେବାକୁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର