ଭୁବନେଶ୍ବର: ଓଡ଼ିଆ ଝିଅ ପ୍ରତ୍ୟାଶା ରାୟ ୪୬ତମ କନିଷ୍ଠ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରାଜକୋଟରେ ଚାଲିଥିବା ଏହି ପ୍ରତିଯୋଗିତାରେ ସେ ୨୦୦ ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ୨ ମିନିଟ୍ ୩୩.୩୪ ସେକେଣ୍ଡ ସମୟ ନେଇ କାଂସ୍ୟ ପଦକ ଜିତିଛନ୍ତି। ଗୋଆର ଶୃଙ୍ଘୀ ରାଜେଶ ବନ୍ଦେକର ସ୍ବର୍ଣ୍ଣ ଏବଂ କର୍ଣ୍ଣାଟକର ଶୁଭନା ସି ଭାସ୍କର ରୌପ୍ୟ ପଦକ ପାଇଥିଲେ। ଏହି ସଫଳତା ଲାଗି ଓଡ଼ିଶା ସନ୍ତରଣ ସଂଘ ପ୍ରତ୍ୟାଶାଙ୍କୁ ଅଭିନନ୍ଦନ ଜଣାଇଛି।
ଜାତୀୟ କନିଷ୍ଠ ସନ୍ତରଣ, ପ୍ରତ୍ୟାଶାଙ୍କୁ କାଂସ୍ୟ
/sambad/media/post_attachments/wp-content/uploads/2019/06/Untitled-4-25.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)