ସମ୍ବଲପୁର: ଭୋପାଳରେ ଆସନ୍ତା ୭ ତାରିଖରୁ ହେବାକୁ ଥିବା ଜାତୀୟ ସନ୍ତରଣ ପ୍ରତିଯୋଗିତା ପାଇଁ ୬ ଜଣିଆ ଓଡ଼ିଶା ଦଳ ଗୁରୁବାର ଟ୍ରେନ୍ ଯୋଗେ ଯାତ୍ରା କରିଛନ୍ତି। ଓଡ଼ିଶା ଦଳରେ ଆଦିତ୍ୟ ବିଶ୍ୱାଳ, ସୋନୁ ପଟେଲ, ବିକାଶ ହରିପାଲ, ଯଦୁ ବୁଡେକ, ସୋନିଆ ପଟେଲ, ତୁଳସୀ କିସାନ ସାମିଲ ଅଛନ୍ତି। କିଟ୍ ବିଶ୍ୱବିଦ୍ୟାଳୟର ସନ୍ତରଣ ପ୍ରଶିକ୍ଷକ ଜୟକୃଷ୍ଣ ପଟେଲ ଦଳର ପ୍ରଶିକ୍ଷକ ତଥା ପ୍ରବନ୍ଧକ ଭାବେ ଯାତ୍ରା କରିଛନ୍ତି। ଗତ ସେପ୍ଟେମ୍ବର ୯ ତାରିଖ ସମ୍ବଲପୁରରେ ଅନୁଷ୍ଠିତ ରାଜ୍ୟ ସନ୍ତରଣ ପ୍ରତିଯୋଗିତାରୁ ୪ ପୁରୁଷ ଓ ୨ ମହିଳା ପ୍ରତିଯୋଗୀ ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ସେମାନଙ୍କୁ ଓଡ଼ିଶା ମାଷ୍ଟର୍ସ ସନ୍ତରଣ କ୍ଲବ୍ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶାର ତାରକା ସନ୍ତରଣକାରୀ ପ୍ରତ୍ୟାଶା ରାୟ ଚଳିତ ବର୍ଷ ନିଜର ପାଠପଢ଼ା ପାଇଁ ପ୍ରତିଯୋଗିତାମୂଳକ ସନ୍ତରଣରୁ ଦୂରରେ ରହିଛନ୍ତି।
ଜାତୀୟ ସନ୍ତରଣ ପାଇଁ ଓଡ଼ିଶା ଦଳର ଭୋପାଳ ଯାତ୍ରା
/sambad/media/post_attachments/wp-content/uploads/2017/10/Swiimng.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)