ଜାତୀୟ ମାଷ୍ଟର୍ସ ସନ୍ତରଣ ପାଇଁ ଓଡ଼ିଶା ଦଳର ମହୀଶୂର ଯାତ୍ରା

ସମ୍ବଲପୁର: ନଭେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ମହୀଶୂରରେ ହେବାକୁ ଥିବା ଜାତୀୟ ମାଷ୍ଟର୍‌ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବା ପାଇଁ ୧୫ ଜଣିଆ ଓଡ଼ିଶା ଦଳ କର୍ଣ୍ଣାଟକ ଯାତ୍ରା କରିଛି। ଦଳରେ ପ୍ରଦୀପ କୁମାର ପାଢ଼ୀ, ଦିଲାଓ୍ଵର ହୋସେନ୍‌, ଦାଶରଥୀ ପଟେଲ, ମଧୁସୂଦନ ଜେନା, ବିଜୟ ଦିକ୍ଷିତ, ବିଶ୍ୱଜିତ ପ୍ରଧାନ, ଜଗଦୀଶ ପାଓ୍ଵାର (ସମସ୍ତେ ସମ୍ବଲପୁର), ଲକ୍ଷ୍ମୀ ଚନ୍ଦ୍ର ମହାକୁଡ଼ (ପୂର୍ବତଟ ରେଳବାଇ), ଜୟକୃଷ୍ଣ ପଟେଲ (କିଟ୍‌), ଅଜିତ ସାଙ୍ଗଓ୍ଵାନ୍‌ (ସିଆର୍‌ପିଏଫ୍‌), ଅନିଲ କୁମାର ବେରିହା (ଏନ୍‌ଆଇସି ଭୁବନେଶ୍ୱର), ସନ୍ତୋଷ କୁମାର ମହାନ୍ତ (କେନ୍ଦୁଝର), ଶିବ ନାରାୟଣ ଦାଶ, ରବିନାରାୟଣ ବେହେରା (ଉଭୟ ବୌଦ୍ଧ) ଏବଂ ସବିତା ତ୍ରିପାଠୀ (ଭୁବନେଶ୍ୱର) ସାମିଲ ଅଛନ୍ତି। ସେମାନଙ୍କୁ ଓଡ଼ିଶା ମାଷ୍ଟର୍ସ ସୁଇମର୍ସ କ୍ଲବ୍‌ର ସଂପାଦକ ସୁନ୍ଦରମଣି ବାରିକ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର