ସମ୍ବଲପୁର: ମହୀଶୂରରେ ଚାଲିଥିବା ଜାତୀୟ ମାଷ୍ଟର୍ସ ସନ୍ତରଣ ପ୍ରତିଯୋଗିତାର ପ୍ରଥମ ଦିନ ୨ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ପାଇଥିବା ଓଡ଼ିଶା ପ୍ରତିଯୋଗୀମାନେ ଗୁରୁବାର ଦ୍ୱିତୀୟ ଦିନ ୪ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୨ କାଂସ୍ୟ ପାଇଛନ୍ତି। ଫଳରେ ଦୁଇ ଦିନରେ ଓଡ଼ିଶାର ପଦକ ସଂଖ୍ୟା ୬ ସ୍ୱର୍ଣ୍ଣ ଓ ୩ ରୌପ୍ୟକୁ ମିଶାଇ ୧୨କୁ ବୃଦ୍ଧି ପାଇଛି। ଗୁରୁବାର ୫୦ରୁ ୫୫ ବୟସ ବର୍ଗର ୪୦୦ ମିଟର୍ ଫ୍ରି-ଷ୍ଟାଇଲ୍ ଓ ୧୦୦ ମିଟର୍ ବ୍ୟାକ୍ ଷ୍ଟ୍ରୋକ୍ରେ ସିଆର୍ପିଏଫ୍ କମାଣ୍ଡାଣ୍ଟ ଅଜିତ ସାଙ୍ଗଓ୍ଵାନ୍ ୨ ସ୍ୱର୍ଣ୍ଣ ଜିତିଛନ୍ତି। ୪୫ରୁ ୫୦ ବୟସ ବର୍ଗର ୪୦୦ ମିଟର୍ ଫ୍ରି-ଷ୍ଟାଇଲରେ ଦାଶରଥୀ ପଟେଲ (ସମ୍ବଲପୁର) ଓ ୫୫ରୁ ୬୦ ବୟସ ବର୍ଗର ୪୦୦ ମିଟର୍ ଫ୍ରି-ଷ୍ଟାଇଲରେ ଜୟକୃଷ୍ଣ ପଟେଲ (କିଟ୍) ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ୬୫ରୁ ୭୦ ବର୍ଗର ୧୦୦ ମିଟର୍ ବ୍ୟାକ୍ ଷ୍ଟ୍ରୋକ୍ରେ ଶିବ ନାରାୟଣ ଦାଶ (ବୌଦ୍ଧ) ରୌପ୍ୟ, ୪୫ରୁ ୫୦ ବୟସ ବର୍ଗର ୧୦୦ ମିଟର୍ ବ୍ରେଷ୍ଟ ଷ୍ଟ୍ରୋକ୍ରେ ଲକ୍ଷ୍ମୀଚନ୍ଦ୍ର ମହାକୁଡ଼ (ପୂର୍ବତଟ ରେଳବାଇ) କାଂସ୍ୟ ପଦକ ପାଇଛନ୍ତି। ସେହିପରି ୪ ଗୁଣା ୫୦ (୬୦ରୁ ୬୫ ବର୍ଗ) ମିଡ୍ଲେ ରିଲେରେ ଦିଲାଓ୍ଵର ହୁସେନ, ଶିବନାରାୟଣ ଦାଶ, ପ୍ରଦୀପ ପାଢ଼ୀ ଏବଂ ଜଗଦୀଶ ପନଓ୍ଵାରଙ୍କୁ ନେଇ ଗଠିତ ଓଡ଼ିଶା ଦଳ କାଂସ୍ୟ ପଦକ ଲାଭ କରିଛି।
ଜାତୀୟ ମାଷ୍ଟର୍ସ ସନ୍ତରଣ: ଦ୍ୱିତୀୟ ଦିନ ଓଡ଼ିଶାକୁ ୪ ସ୍ୱର୍ଣ୍ଣ ସହ ୭ ପଦକ
/sambad/media/post_attachments/wp-content/uploads/2017/11/Swimming-Relay-Team_Odisha_Bronze-winner-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)