ଜାତୀୟ ଟେବୁଲ୍‌ ଟେନିସ୍‌ ଉଦ୍‌ଯାପିତ:ଶରତଙ୍କ କୀର୍ତିମାନ, ମହିଳାରେ ଅର୍ଚ୍ଚନା ବିଜେତା

କଟକ: ଅଲମ୍ପିଆନ୍‌ ଶରତ କମଲ ଜାତୀୟ ଟେବୁଲ ଟେନିସ୍‌ ପ୍ରତିଯୋଗିତାରେ ଲଗାତର ନବମ ଥର ପାଇଁ ପୁରୁଷ ଏକକରେ ବିଜେତା ହୋଇ କୀର୍ତ୍ତିମାନ କରିଛନ୍ତି। ବୁଧବାର ଜବାହରଲାଲ ନେହେରୁ ଇଣ୍ତୋର ଷ୍ଟାଡିୟମରେ ଶେଷ ହୋଇଥିବା ଫାଇନାଲ୍‌ରେ ଶରତ ୪-୩ (୧୧-୧୩, ୧୧-୫, ୧୧-୬, ୫-୧୧, ୧୦-୧୨, ୧୧-୬ ଓ ୧୪-୧୨)ରେ ଜି ସାଥିଆନ୍‌ଙ୍କୁ ହରାଇଥିଲେ। ସେମି ଫାଇନାଲ୍‌ରେ ଶରତ ୪-୧ରେ ମାନବ ଠାକ୍କରଙ୍କୁ ଓ ସାଥିଆନ୍‌ ୪-୦ରେ ରୋନିତ ଭଞ୍ଜଙ୍କୁ ହରାଇ ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ।
ମହିଳା ଏକକ ଫାଇନାଲ୍‌ରେ ପିଏସ୍‌ପିବିର ଅର୍ଚ୍ଚନା କାମାଥ ୪-୨ (୧୨-୧୦, ୮-୧୧, ୧୧-୯, ୧୨-୧୦, ୭-୧୧, ୧୩-୧୧)ରେ କୃତ୍ବିକା ସ୍ନେହା ରଏଙ୍କୁ ପରାସ୍ତ କରି ଟ୍ରଫି କବ୍‌ଜା କରିନେଇଥିଲେ। ସେମି ଫାଇନାଲ୍‌ରେ ଅର୍ଚ୍ଚନା ୪-୧ରେ ମନିକା ବାତ୍ରାଙ୍କୁ ଏବଂ କୃତ୍ବିକା ୪-୩ରେ ଆହିକା ମୁଖାର୍ଜୀଙ୍କୁ ହରାଇଥିଲେ।
ଅନ୍ୟପକ୍ଷରେ ପୁରୁଷ ଯୁଗଳ ଫାଇନାଲ୍‌ରେ ପଶ୍ଚିମବଙ୍ଗର ଅର୍ଜୁନ ଘୋଷ ଓ ରୋନିତ ଭଞ୍ଜଙ୍କ ଯୋଡ଼ି ୩-୧ (୧୪-୧୨, ୮-୧୧, ୧୧-୯, ୧୨-୧୦)ରେ ଆର‌୍‌ଏସ୍‌ପିବିର ଅନିର୍ବାଣ ଘୋଷ ଓ ଅନିର୍ବାଣ ନନ୍ଦୀଙ୍କ ଯୋଡ଼ିକୁ ହରାଇଥିଲା ବେଳେ ମହିଳା ଯୁଗଳରେ ତେଲେଙ୍ଗାନାର ନିଖତ ବାନୁ ଓ ଶ୍ରେଜା ଅକୁଳାଙ୍କ ଯୋଡ଼ି ୩-୧ (୧୧-୨, ୧୧-୮, ୮-୧୧, ୧୧-୭)ରେ ମହାରାଷ୍ଟ୍ରର ଅନନ୍ୟା ବସାକ୍‌ ଓ ସୃଷ୍ଟି ହଲେଙ୍ଗାଡିଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ।
ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଡକ୍ଟର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଟେବୁଲ ଟେନିସ୍‌ ସ˚ଘର ଅଧ୍ୟକ୍ଷ ଡିପି ବାଗ୍‌ଚି, କ୍ରୀଡ଼ା ସଚିବ ବିଶାଲ ଦେବ, କେନ୍ଦ୍ରାଞ୍ଚଳ ଆର‌୍‌ଡିସି ମହେନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରଵାଲ, ଭାରତୀୟ ଟେବୁଲ ଟେନିସ୍‌ ମହାସ˚ଘର ମହାସଚିବ ଏମ୍‌ପି ସି˚ହ, ଉପସଭାପତି ସ˚ଜୟ ସି˚ହ, ଉପଦେଷ୍ଟା ଧନରାଜ ଚୌଧୁରୀ, କୋଷାଧ୍ୟକ୍ଷ ଅରୁଣ ବାନାର୍ଜୀ, ଇଲେଭେନ୍‌ ସ୍ପୋର୍ଟ୍ସ ଅଧ୍ୟକ୍ଷ କମଳେଶ ମେହେଟ୍ଟା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ଟେବୁଲ ଟେନିସ୍‌ ସ˚ଘର ସଭାପତି ଏଲ୍‌ଏନ୍‌ ଗୁପ୍ତା, ରାଜ୍ୟ ସ˚ଘ ଉପ ସଭାପତି ସ˚ଜୟ ସି˚ହ, ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର