ଜାତୀୟ ଟେବୁଲ ଟେନିସ୍‌:ଫାଇନାଲ୍‌ରେ ଶରତ-ମନିକା ଓ ମାନବ-ଅର୍ଚ୍ଚନା ଯୋଡ଼ି

କଟକ,: ଜବାହରଲାଲ୍‌ ନେହେରୁ ଇଣ୍ତୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତାର ମିଶ୍ରିତ ଯୁଗଳ ଫାଇନାଲ୍‌ରେ ଏସୀୟ କ୍ରୀଡ଼ାର କା˚ସ୍ୟ ପଦକ ବିଜେତା ଶରତ କମଲ ଓ ମନିକା ବାତ୍ରା ଶୀର୍ଷ ମାନ୍ୟତା ଯୋଡ଼ି ତଥା ନିଜ ଦଳ ପିଏସ୍‌ପିବିର ମାନବ ଠକ୍କର ଓ ଅର୍ଚ୍ଚନା କାମଥଙ୍କୁ ଭେଟିବେ। ସୋମବାର ସେମିଫାଇନାଲ୍‌ରେ ମାନବ-ଅର୍ଚ୍ଚନା ୩-୦ରେ ଚତୁର୍ଥ ସିଡ୍‌ ରବୀନ୍ଦ୍ର କୋଟିଆନ୍‌ ଓ ସାଗରିକା ମୁଖାର୍ଜୀଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଅନ୍ୟଏକ ସେମିଫାଇନାଲ୍‌ରେ ଶରତ ଓ ମନିକା ୩-୧ରେ ହରିୟାଣାର ସୌରଭ ସାହା ଓ ସୁତୀର୍ଥ ମୁଖାର୍ଜୀଙ୍କୁ ମାତ୍ ଦେଇ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ଦୁଇ ମିଶ୍ରିତ ଯୁଗଳ ଯୋଡ଼ି ପ୍ରଥମ ରାଉଣ୍ତରୁ ବିଦା ହୋଇଛନ୍ତି। ପ୍ରଥମ ରାଉଣ୍ତରେ ସ୍ନେହମୟ ମଲ୍ଲିକ-ପୌଷଲି ଘଟକ କର୍ଣ୍ଣାଟକର ଅନିର୍ବାଣ ରୟ ଚୌଧୁରୀ-କୁଶି ବିଶ୍ବନାଥଙ୍କଠୁ ଏବଂ ଆସିଫ ହକ୍‌-ମୟୂରୀ ଚାଟାର୍ଜୀ ତାମିଲନାଡୁର ରାଜା ଆନନ୍ଦ ରାଜ ଓ ସେରାହା ଜାକବ୍‌ଙ୍କଠୁ ହାରି ଯାଇଥିଲେ।
ଚୂଡ଼ାନ୍ତ ଡ୍ର’ରେ ଓଡ଼ିଶାରୁ ଆସିଫ, କ୍ରୀଷନ, ଇଶ୍ବର, ସ୍ନେହମୟ
ଏକକ ମ୍ୟାଚରେ ଓଡ଼ିଶାରୁ ଆସିଫ, କ୍ରୀଷନ ପୃଷ୍ଟି, ଇଶ୍ବର ରାଓ, ସ୍ନେହମୟ ମଲ୍ଲିକ ଚୂଡ଼ାନ୍ତ ଡ୍ର’ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ଆସିଫ୍‌ ୪ ଜଣିଆ ଗ୍ରୁପ୍‌ରେ ଅରୁଣାଚଳ ପ୍ରଦେଶର ଅଜିତସୋ ତୟାଙ୍ଗ (୩-୦), ଉତ୍ତରାଖଣ୍ତର ନିତିନ ସି˚ହ ଗୁସେନ୍‌ (୩-୦) ଓ ବିହାରର ସୌରଭ ବାସୋଟିଆ (୩-୦)ଙ୍କୁ ସିଧାସଳଖ ସେଟ୍‌ରେ ହରାଇ ଗ୍ରୁପ୍‌ ବିଜେତା ହୋଇଛନ୍ତି। କ୍ରୀଷନ ପୃଷ୍ଟି ୪ ଜଣିଆ ଗ୍ରୁପ୍‌ରେ ଦୁଇଟି ବିଜୟ ସହ ଦ୍ବିତୀୟ ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ପ୍ରଥମ ମ୍ୟାଚ୍‌ରେ ହରିୟାଣାର ଗୌରାଙ୍ଗ ସାକ୍ରେଜାଙ୍କଠୁ ୧-୩ରେ ହାରିଯାଇଥିଲା ବେଳେ ଦିଲ୍ଲୀର ଜସ୍ରୋତିଆ ପରମବୀରଙ୍କୁ ୩-୨ ଓ ଝାଡ଼ଖଣ୍ତର ସୋମନାଥ ଚକ୍ରବର୍ତ୍ତୀଙ୍କୁ ୩-୨ରେ ପରାସ୍ତ କରିଥିଲେ। ଏମ୍‌ ଇଶ୍ବର ରାଓ ତିନି ଜଣିଆ ଗ୍ରୁପ୍‌ରେ ଆଇଏଆଣ୍ତଏଡିର ସୁବାସ ମଣିଙ୍କଠୁ ୨-୩ରେ ହାରିଥିଲା ବେଳେ ଛତିଶଗଡ଼ର ରୋହନ ଲାଲଵାନିଙ୍କୁ ୩-୦ ରେ ହରାଇ ଗ୍ରୁପ୍‌ ଉପବିଜେତା ହୋଇଥିଲେ। ଚତୁର୍ଥ ଖେଳାଳି ଭାବେ ସ୍ନେହମୟ ମଲ୍ଲିକ ୪ ଜଣିଆ ଗ୍ରୁପ୍‌ରେ ଦ୍ବିତୀୟ ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ତାମିଲନାଡୁର ଆନନ୍ଦ ରାଜର˚ଜନଙ୍କଠୁ ୦-୩ରେ ହାରିଥିଲା ବେଳେ ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ଆନ୍ଧ୍ରପ୍ରଦେଶର ଏସ୍‌. ସାରଦା ପ୍ରଣୀଥଙ୍କୁ ୩-୧ ଓ ଚଣ୍ତୀଗଡ଼ର ଗର୍ଗ ପର୍ଥଙ୍କୁ ୩-୧ରେ ହରାଇ ଗ୍ରୁପ୍‌ ଉପବିଜେତା ହୋଇଥିଲେ।

ସମ୍ବନ୍ଧିତ ଖବର