ଭୁବନେଶ୍ୱର: କେରଳ ପାୟାନୁରଠାରେ ଅନୁଷ୍ଠିତ ୩୨ତମ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶା ୨୩ ପଦକ ସହ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। କେରଳ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ପଛକୁ ଚତୁର୍ଥ ସ୍ଥାନରେ ରହିବାରେ ସକ୍ଷମ ହୋଇଛି। ଓଡ଼ିଶା କିନ୍ତୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସଫଳ ହୋଇଥିଲା। ଓଡ଼ିଶାର ବାଳକ ଓ ବାଳିକା ମାନେ ୬ ସ୍ୱର୍ଣ୍ଣ, ୮ ରୌପ୍ୟ ଏବଂ ୯ କାଂସ୍ୟ ପଦକ ଜିତିଥିଲେ। ଏହି ସଫଳତା ପାଇଁ ଟାଏକୋଣ୍ଡୋ ଫେଡେରେସନ୍ ଅଫ୍ ଓଡ଼ିଶାର ସମ୍ପାଦକ ପ୍ରଭାତ ଚନ୍ଦ୍ର ସାହୁ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦଳ ସହିତ ପ୍ରଶିକ୍ଷକ ରମେଶ ଚନ୍ଦ୍ର ପୃଷ୍ଠି, ଅଧିକାରୀ ଭାବେ ରାଜେନ୍ଦ୍ର ବେହେରା, କୈଳାସ ବାରିକ, ମନୋଜ କୁମାର ସାହୁ, ଶୁଭମ ଶେଖର ସ୍ୱାଇଁ, ପ୍ରବଂଧକ ଭାବେ କେଦାର ଚରଣ ସ୍ୱାଇଁ ଯାତ୍ରା କରିଥିଲେ।
ସ୍ୱର୍ଣ୍ଣ: ରିନାକ୍ ଆର୍ସା ପରିବିନ, କିରଣ ବାଳା ବିଶ୍ୱାଳ, କୁନାଲୀ ନାୟକ, କିରଣ ଦଳାଇ, ମାଥ୍ଵୀ ନାୟକ, ସ୍ୱାଗତ କୁମାର ଜେନା। ରୌପ୍ୟ: ବୁଶ୍ରା ଇରାମ୍ ପରବିନ୍, ସ୍ମୃତି ସୁଧା ପାଣି, ଶକ୍ତିବତ ନାୟକ, ଆଶୀର୍ବାଦ ବସ୍ତିଆ, ବିଶ୍ୱରାଜ ନାୟକ, ମାନସ ରଂଜନ ନାୟକ, କୈଳାସ ବାରିକ, ତରୁଣ କୁମାର ସାହୁ। କାଂସ୍ୟ: ଶିବାନୀ ମଲ୍ଲିକ, ପ୍ରତୀକ ପ୍ରିୟଦର୍ଶନ, ଭସକ ନାୟକ, ଓମ୍ସତ୍ ନାୟକ, ଆର୍ଯ୍ୟନ ପ୍ରସାଦ, ଅବଦୁର ଖଲିଦ୍, ରୋହିତ ଜାନି, ପ୍ରଶାନ୍ତ କୁମାର ମାଝୀ, ଶୁଭମ ଶେଖର ସ୍ୱାଇଁ।
ଜାତୀୟ ଟାଏକୋଣ୍ଡୋରେ ଓଡ଼ିଶାକୁ ୨୩ ପଦକ
/sambad/media/post_attachments/wp-content/uploads/2018/01/10-Taeknondow-Team-won.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)