ଜାତୀୟ ଦଳଗତ ଚେସ୍‌: କିଟ୍‌ ଓ ଓଡ଼ିଶା ବିଜୟୀ

ଭୁବନେଶ୍ୱର: କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଏବଂ ସର୍ବଭାରତୀୟ ଚେସ ସଂଘ ମିଳିତ ଆନୁକୂଲ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟରେ ଚାଲିଥିବା ୩୮ତମ ଜାତୀୟ ଦଳଗତ ଚେସ୍‌ ପ୍ରତିଯୋଗିତାରେ ଶନିବାର ଆୟୋଜକ କିଟ୍‌ ଏବଂ ଓଡ଼ିଶା ଏମସିଏଫ୍‌-୨ ଦଳ ବିଜୟୀ ହୋଇଛନ୍ତି। ଓପନ୍‌ ବର୍ଗରେ କିଟ୍‌ ୨.୫-୧.୫ରେ ଓଡ଼ିଶା ‘ଏ’କୁ ପରାସ୍ତ କରିଥିବାବେଳେ ଓଡ଼ିଶା ଏମ୍‌ସିଏଫ୍‌-୨ ଦଳ ସମାନ ବ୍ୟବଧାନରେ ଗୁଜରାଟକୁ ପରାସ୍ତ କରିଥିଲା। ଅନ୍ୟ ଏକ ମୁକାବିଲାରେ ଓଡ଼ିଶା ଏମସିଏଫ୍‌-୩ ସହିତ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ୨-୨ ପଏଣ୍ଟ୍‌ ଭାଗ କରିଥିଲେ। ଚତୁର୍ଥ ରାଉଣ୍ଡ ଶେଷରେ କିନ୍ତୁ ପେଟ୍ରୋଲିୟମ୍‌ ବୋର୍ଡ, ରେଳବାଇ-ବି, ରେଳବାଇ-ଏ ଦଳ ପ୍ରଥମ ୩ ସ୍ଥାନରେ ରହିଛନ୍ତି। ମହିଳାରେ ତୃତୀୟ ରାଉଣ୍ଡ୍‌ ସୁଦ୍ଧା ପେଟ୍ରୋଲିୟମ୍‌, ଏୟାର ଇଣ୍ଡିଆ ଏବଂ ଏଲ୍‌ଆଇସି ପ୍ରଥମ ୩ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର