କିଟ୍‌ରେ ଜାତୀୟ ଦଳଗତ ଚେସ୍‌ ଆରମ୍ଭ

ଭୁବନେଶ୍ୱର: କିଟ୍‌ ଡିମ୍‌ଡ୍‌ ବିଶ୍ୱବିଦ୍ୟାଳୟ ଏବଂ ସର୍ବଭାରତୀୟ ଚେସ ସଂଘ ମିଳିତ ଆନୁକୂଲ୍ୟରେ ୩୮ତମ ଜାତୀୟ ଦଳଗତ ଚେସ୍‌ ପ୍ରତିଯୋଗିତାଏବଂ ୧୬ତମ ଜାତୀୟ ମହିଳା ଦଳଗତ ଚେସ୍‌ ପ୍ରତିଯୋଗିତା ଗୁରୁବାର କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଛି। କିଟ୍‌ ଓ କିଟ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବାବେଳେ ଅର୍ଜୁନ ପୁରସ୍କାରପ୍ରାପ୍ତ ଆଇଏମ୍‌ ଡିଭି ପ୍ରସାଦ, ନିଖିଳ ଓଡ଼ିଶା ଚେସ୍‌ ସଂଘର ସଭାପତି ଶେଖର ଚନ୍ଦ୍ର ସାହୁ, ଉପ ସଭାପତି ରଂଜନ ମହାନ୍ତି ଉପସ୍ଥିତ ଥିଲେ। ୭ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ସମଗ୍ର ଦେଶରୁ ୪୮ ଦଳ ଓ ୨୫୦ ଖେଳାଳି ଭାଗ ନେଇଛନ୍ତି। କିଟ୍‌ ସହିତ ଓଡ଼ିଶାରୁ ୭ ଦଳ ଏଥିରେ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର