ଜାତୀୟ ଟେନିକଏଟ୍‌ ପ୍ରତିଯୋଗିତା ୧୯ରୁ

କଟକ: ଜବାହାରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆସନ୍ତା ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ୪୨ତମ ଜାତୀୟ ଟେନିକଏଟ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ୨୫ ରାଜ୍ୟରୁ ପ୍ରାୟ ୪୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏହାବ୍ୟତୀତ ମ୍ୟାଚ୍‌ ପରିଚାଳନା ପାଇଁ ୧୦୦ରୁ ଅଧିକ ଅଧିକାରୀ ମଧ୍ୟ କଟକ ଆସିବେ। ପୁରୁଷ ଖେଳାଳିଙ୍କ ରହିବା ପାଇଁ ବାରବାଟୀ ଷ୍ଟାଡିୟମରେ ଏବଂ ମହିଳା ଖେଳାଳିଙ୍କ ପାଇଁ ଇଣ୍ଡୋର ଷ୍ଟାଡିୟମରେ ବ୍ୟବସ୍ଥା କରାଯାଇଥିବା ରାଜ୍ୟ ଟେନିକଏଟ୍‌ ସଂଘ ସମ୍ପାଦକ ଶ୍ରୀକାନ୍ତ ସିହ୍ନା ବାରବାଟୀ ଷ୍ଟାଡିୟମଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ବାଦିକ ସମ୍ମିଳନୀରେ ସଂଘ ସଭାପତି ତଥା ସରକାରୀ ଦଳର ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର