ଜାତୀୟ ଟେନିସ୍ ବଲ୍‌ କ୍ରିକେଟ୍‌:ସେମିରେ ଓଡ଼ିଶା

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ା ଠାରେ ଚାଲିଥିବା ୨୯ତମ ଜାତୀୟ ବରିଷ୍ଠ ଟେନିସ ବଲ କ୍ରିକେଟ ପ୍ରତିଯୋଗିତାରେ ଓଡିଶା ବିଜୟ ଜାରି ରଖିଛି l ସୋମବାର ଦୁଇଟି ଲିଗ୍ ଓ କ୍ୱାର୍ଟର ଫାଇନାଲ ମୁକାବିଲା ରେ ଓଡ଼ିଶା ବାଳକ ଦଳ ଏକତରଫା ବିଜୟ ହାସଲ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି l ଲିଗ୍ ଦ୍ବୟରେ ଦଳ ଯଥାକ୍ରମେ କର୍ଣ୍ଣାଟକକୁ ୪ ଓ୍ବିକେଟରେ ଏବଂ ପଣ୍ଡିଚେରିକୁ ୭ ଓ୍ବିକେଟ୍‌ରେ ପରାସ୍ତ କରିଥିଲା l କ୍ୱାର୍ଟର ଫାଇନାଲରେ ନିଜ ମାଟିରେ ଶକ୍ତିଶାଳୀ ଆନ୍ଧ୍ରପ୍ରଦେଶକୁ ୧୦ ରନରେ ହରାଇ ଦେଇଥିଲା। ଉଭୟ ମ୍ୟାଚରେ ସୂର୍ଯ୍ୟକାନ୍ତ ବିଶ୍ବାଳ ଓ ଶେଖ୍ ଗୈାସ ଭଲ ପ୍ରଦର୍ଶନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ‌ ହୋଇଥିଲେ।

ସମ୍ବନ୍ଧିତ ଖବର