ଭୁବନେଶ୍ବର: ଗୋଆର ପଣଜୀରେ ମେ’ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଚତୁର୍ଥ ଜାତୀୟ ବରିଷ୍ଠ ଟେନିସ୍ କ୍ରିକେଟ୍ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ନହରକଣ୍ଟାସ୍ଥିତ ଜୟଦେବ କଲେଜ ପରିସରରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ମୋଟ ୬୦ ଜଣ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ଜଣିଆ ଦଳ ଚୟନ କରାଯାଇଛି। ଓଡ଼ିଶା ଦଳ ମେ’ ୨୧ ତାରିଖରେ ଭୁବନେଶ୍ବରରୁ ଗୋଆ ଅଭିମୁଖେ ବାହାରିବ। ଖେଳାଳିମାନଙ୍କୁ ଓଡ଼ିଶା ସଂଘ ସଭାପତି ଅବିନାଶ ସାହୁ, ମୁଖ୍ୟ ଉପଦେଷ୍ଠା ବାରିଜ ରଂଜନ ମହାନ୍ତି, ଉପ ସଭାପତି ଦେବବ୍ରତ ସାହୁ, ରାଜେନ୍ଦ୍ର ମହାରଣା, ସାଧାରଣ ସମ୍ପାଦକ ଶୈବାଳ କୁମାର ମିତ୍ର (ରିଣ୍ଟୁ), ଯୁବ ସମ୍ପାଦକ ଶୋଭନ ମହାରଣା, କୋଷାଧ୍ୟକ୍ଷା ରାଗିଣୀ ମିତ୍ର ଶୁଭକାମନା ଜଣାଇଛନ୍ତି। ପ୍ରତିଯୋଗିତା ଶେଷରେ ଶ୍ରୀଲଙ୍କା ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା ହେବାର ଥିବାରୁ ଓଡ଼ିଶା ଖେଳାଳିଙ୍କ ପାଇଁ ଭଲ ସୁଯୋଗ ରହିଛି ବୋଲି ଓଡ଼ିଶା ସମ୍ପାଦକ ଶୈବାଳ କୁମାର ମିତ୍ର (ରିଣ୍ଟୁ) ପ୍ରକାଶ କରିଛନ୍ତି।
ଓଡ଼ିଶା ଦଳ: ସୁଶୀଲ କୁମାର ବାରିକ, ପ୍ରମୋଦ କୁମାର ନାୟକ, ରତିକାନ୍ତ ମହାନ୍ତ, ବିମଳ କୁମାର ମହାପାତ୍ର, ସନ୍ତୋଷ ଜେନା, ସୁଦୀପ କୁମାର ଢ଼ାଲି, ସହଦେବ ଦାସ, ଜବୁଲୁ ବେହେରା, ସମୀର ବାରିକ, ଅଜୟ ମହାନନ୍ଦ, ଏମ ରାଜା, ପ୍ରବୀଣ ଆଚାର୍ଯ୍ୟ, ବଦ୍ରିନାରାୟଣ ପାତ୍ର, ଦୀପକ କୁମାର ମଲ୍ଲିକ, ଗଣେଶ କୁମାର ସେଠୀ, ଅମରେନ୍ଦ୍ର ଦାସ, ବିକ୍ରମ ପାତ୍ର। ବାସୁଦେବ ଓଝା (ପ୍ରବଂଧକ), ମହମ୍ମଦ ଆଜାମ (ପ୍ରଶିକ୍ଷକ)।