ଭୁବନେଶ୍ବର: ଉତ୍ତରପ୍ରଦେଶର ମଥୁରାରେ ଶନିବାର ଶେଷ ହୋଇଥିବା ଷଷ୍ଠ ଜାତୀୟ ଟେନିସ୍ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ପ୍ରଥମ ଥର ପୋଡିୟମ୍ ଫିନିସ୍ କରିଛି। ସେମିଫାଇନାଲ୍ରେ ମୁମ୍ବାଇ ନିକଟରୁ ହାରି ଓଡ଼ିଶା କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇଛି। ମୁମ୍ବାଇ ବିପକ୍ଷରେ ଅଧିନାୟିକା ଅଦ୍ବିତୀ ସିଂହ ଦେଓ ୨୬ ରନ୍ କରିଥିବା ବେଳେ ପଦ୍ମାବତୀ ସିଂହ ଗୋଟିଏ ୱିକେଟ୍ ନେଇଥିଲେ। ପୂର୍ବରୁ ଖେଳାଯାଇଥିବା ଦୁଇ ଲିଗ୍ ମ୍ୟାଚ୍ରେ ଓଡ଼ିଶା ମହିଳା ଯଥାକ୍ରମେ ଛତିଶଗଡ଼ ଓ ବିଦର୍ଭକୁ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚ୍ରେ ଅଲରାଉଣ୍ଡ୍ ପ୍ରଦର୍ଶନ କରି ରଂଜିତା ନାୟକ (୨୦ ରନ୍, ୨ ୱିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବିଦର୍ଭ ବିପକ୍ଷରେ ଅଲରାଉଣ୍ଡ୍ ପ୍ରଦର୍ଶନ କରିଥିବାରୁ ପଦ୍ମାବତୀ ସିଂହ (୩୩ ରନ୍, ୧ ୱିକେଟ୍) ଶ୍ରେଷ୍ଠ ବିବେଚିତ ହୋଇଥିଲେ। ଉତ୍ତରପ୍ରଦେଶ ବିପକ୍ଷ କ୍ବାର୍ଟର ଫାଇନାଲରେ ଓଡ଼ିଶା ଏକତରଫା ବିଜୟ ହାସଲ କରିଥିଲା। ଝିଲିମଣି ମହାନ୍ତ (୨ ୱିକେଟ୍) ଚମତ୍କାର ବୋଲିଂ କରିବା ପରେ ଅଦ୍ବିତୀ (୧୪*) ଏବଂ ପଦ୍ମାବତୀ (୧୬*) ଓଡ଼ିଶାକୁ ସହଜ ବିଜୟ ଦେଇଥିଲେ। ଅନ୍ୟପକ୍ଷରେ ଓଡ଼ିଶା ପୁରୁଷ ଦଳ କ୍ବାର୍ଟରଫାଇନାଲ୍ରେ ହାରି ପଦକରୁ ବଞ୍ଚିତ ହୋଇଥିଲା।
ଓଡ଼ିଶା ମହିଳା ଦଳ: ଅଦ୍ବିତୀ ସିଂହ ଦେଓ (ଅଧିନାୟିକା), ଝିଲି ଧଳ, ମମତା ବେହେରା, ପଦ୍ମାବତୀ ସିଂହ, ରିତିକା ପଣ୍ଡା, ରାଜେଶ୍ବରୀ ନାଗ, ରଂଜିତା ନାୟକ, ଭାଗ୍ୟବତୀ ଭାତ୍ରା, ଅଞ୍ଜୁଲତା ସାହୁ, ନିକିତା ଘୋଷ, ସଞ୍ଜିତା ଦାସ, ଝିଲିମଣି ମହନ୍ତ (ଉପଅଧିନାୟିକା), ଛନ୍ଦାରାଣୀ ମାଝୀ, ବାସନ୍ତୀ ତିର୍କି, ପ୍ରୀତିଲତା ନାୟକ, ଅଞ୍ଜନା ମୁଖୀ।