ଭୁବନେଶ୍ୱର: ରାଜସ୍ଥାନର ଆଜମେରଠାରେ ଉଦ୍ଯାପିତ ତୃତୀୟ ଜାତୀୟ ଟେନିସ୍ କ୍ରିକେଟ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ଦଳ ଭୁବନେଶ୍ୱର ଫେରିବା ପରେ ମଙ୍ଗଳବାର ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଧନା ପ୍ରଦାନ କରାଯାଇଛି। ସହିଦ ନଗରସ୍ଥିତ ଓଡ଼ିଶା ରାଜ୍ୟ ଟେନିସ୍ କ୍ରିକେଟ୍ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ସମ୍ବର୍ଧନା ସଭାରେ ମୁଖ୍ୟ ପ୍ରଶିକ୍ଷକ ମହମ୍ମଦ ଆଜାମ, ଉପସଭାପତି ରାଜେନ୍ଦ୍ର ମହାରଣା, ଯୁଗ୍ମ ସମ୍ପାଦକ ସୌମେନ୍ଦ୍ର ମହାରଣା, ଦେବବ୍ରତ ସାହୁ, ପୂର୍ବାଞ୍ଚଳ ନିର୍ଦେଶକ ତଥା ଜାତୀୟ ସଂଘ ବୈଷୟିକ ଅଧ୍ୟକ୍ଷ ରିଣ୍ଟୁ ମିତ୍ରଙ୍କ ସହ ବହୁ ଖେଳାଳି ଉପସ୍ଥିତ ଥିଲେ। ଓଡ଼ିଶା ରାଜ୍ୟ ଟେନିସ୍ କ୍ରିକେଟ୍ ସଂଘ ସଭାପତି ଅବିନାଶ ସାହୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ। ସୂଚନାଯୋଗ୍ୟ, ଦୀପକ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଖେଳିଥିବା ଓଡ଼ିଶା ଦଳ କ୍ୱାର୍ଟର ଫାଇନାଲ୍ରେ ପଞ୍ଚାବକୁ ଏବଂ ସେମିଫାଇନାଲ୍ରେ ବିଦର୍ଭକୁ ପରାସ୍ତ କରିଥିଲା। କିନ୍ତୁ କର୍ଣ୍ଣାଟକ ବିପକ୍ଷ ଫାଇନାଲ୍ରେ ଦଳ ୨୧ ରନ୍ରେ ହାରିଯାଇଥିଲା। କର୍ଣ୍ଣାଟକର ୧୨୮ ରନ୍ ଜବାବରେ ଓଡ଼ିଶା ୧୦୭ ରନ୍ କରିଥିଲା।
ଜାତୀୟ ଟେନିସ୍ କ୍ରିକେଟ୍: ଓଡ଼ିଶାକୁ ରୌପ୍ୟ
/sambad/media/post_attachments/wp-content/uploads/2018/08/tennis-cricket.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)