କଟକ: କଟକ ଜିଲ୍ଲା ଟେନିସ ସଂଘ ଆନୁକୂଲ୍ୟରେ ସର୍ବଭାରତୀୟ ୧୪ ବର୍ଷରୁ କମ୍ ଟେନିସ୍ ପ୍ରତିଯୋଗିତା ବାରବାଟୀ ଷ୍ଟାଡିୟମରେ ଶନିବାରଠୁ ଆରମ୍ଭ ହୋଇଛି। ପୂର୍ବତନ ପୁଲିସ୍ ଡିଜି ଗୋପାଳ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଦୀର୍ଘ ୨୫ ବର୍ଷ ବ୍ୟବଧାନ ପରେ କଟକରେ କୌଣସି ଜାତୀୟ ପ୍ରତିଯୋଗିତା ଆୟୋଜନ ହେଉଛି। ଚଳିତ ବର୍ଷ ଏଥିରେ ୮ ରାଜ୍ୟରୁ ୫୧ ବାଳକ ଓ ୧୯ ବାଳିକା ଖେଳାଳି ଭାଗ ନେଇଛନ୍ତି। ପ୍ରଥମ ଦିନ ଅଙ୍କେସ ସେନଗୁପ୍ତା ୮-୫ରେ ଇସାନ ଗିନୋଦିଆଙ୍କୁ, ଶ୍ରୀଚୌଧୁରୀ ୮-୦ରେ ମୟଙ୍କ ମୋଦିଙ୍କୁ, ଆହାଣ ବିଶ୍ୱରଂଜନ ୮-୫ରେ ବିଟ୍ ରାୟାମ କ୍ୟୁରେସିଙ୍କୁ, ଆରୁଷ ଶର୍ମା ୮-୫ରେ ସମିୟମ ପଣ୍ଡାଙ୍କୁ, ସାଫଲ୍ୟ ମହନ୍ତ ୮-୬ରେ ହର୍ଷବର୍ଦ୍ଧନଙ୍କୁ, ଲଳିତ ଟୁଡୁ ୮-୪ରେ ଅଂଶୁମତ ଦୀପକଙ୍କୁ, ରବିନାରାୟଣ ସାହୁ ୮-୧ରେ ଶ୍ଲୋକ ମାନସିଙ୍ଗ, ଅର୍ପିତ ମିଶ୍ର ୮-୫ରେ ସିଦ୍ଧାର୍ଥ ହରିଦାସ, ଦେବବ୍ରତ ପ୍ରଧାନ ୮-୧ରେ ଶ୍ରୀରାମ ପଟ୍ଟନାୟକଙ୍କୁ, କମଳେଶ ରଥ ୮-୨ରେ ଅନିକେତ ସାହୁଙ୍କୁ, ପ୍ରଣୟ ସାହୁ ୮-୬ରେ ଆରୟା ମାନ୍ଦ୍ରାଙ୍କୁ, ପ୍ରଶାନ୍ତ ମହାନ୍ତି ୮-୧ରେ ନମନ କୋୟଲଙ୍କୁ, ହୃଦୟଜୀତ ଦାସ ୮-୨ରେ ପ୍ରତ୍ୟୁଷ ବେହେରାଙ୍କୁ, ସ୍ୱସ୍ତିକ ପ୍ରଧାନ ୮-୩ରେ ସଉନ ମହାନ୍ତିଙ୍କୁ, ରାଜଦୀପ ଦାସ ୮-୩ରେ ଆଦିତ୍ୟ ବିକ୍ରମକୁ, ଶ୍ରୟମ୍ସା ପଟ୍ଟନାୟକ ୮-୧ରେ ତନ୍ମୟ ମିଶ୍ରଙ୍କୁ, ତୁଷାର ଚନ୍ଦୁକା ୮-୦ରେ ବିଶ୍ୱବିସ୍ମିତ ପ୍ରଧାନ ଓ ସମ୍ବିତ ପ୍ରଧାନ ୮-୨ରେ ବେଦାନ୍ତ ଅଗ୍ରଓ୍ଵାଲ୍ଙ୍କୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ ପ୍ରତିଯୋଗିତା ପରିଚାଳନା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ପୁଲିସ ଡିଜି ସତ୍ୟଜିତ ମହାନ୍ତି, ନିର୍ଦେଶକ ରଜନୀ ନାୟକ, ମିଲ୍କ ମୁ’ ସଂସ୍ଥାର ଅଧ୍ୟକ୍ଷ ଶ୍ରୀକୁମାର ମିଶ୍ର, ପ୍ରତିଯୋଗିତାର ମୁଖ୍ୟ ପରିଚାଳନା ଅଧିକାରୀ ଯତୀନ ବୈଶ୍ୟ, ସୁଶୀଲ କୁମାର ସନ୍ତୁକା, ହିମାଦ୍ରୀ କାନୁନ୍ଗୋ, ସତ୍ୟଜିତ ମହାନ୍ତି (ରୁବୁନା), ଦେବାଶିଷ ଦାସ ପ୍ରମୁଖ ଯୋଗଦେଇଥିଲେ।
ବାରବାଟୀରେ ସର୍ବଭାରତୀୟ ଟେନିସ୍ ଆରମ୍ଭ
/sambad/media/post_attachments/wp-content/uploads/2018/03/6-National-Tennis-Championship-Innagruaction-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)