ଜାତୀୟ ଟେନିସ୍‌ ଭଲିବଲ୍‌: କ୍ୱାର୍ଟର ଫାଇନାଲ୍‌ରେ ଓଡ଼ିଶା

କଟକ: ମହାରାଷ୍ଟ୍ରର ଲାଟୁରରେ ଚାଲିଥିବା ଜାତୀୟ ଟେନିସ୍‌ ଭଲିବଲ୍‌ ପ୍ରତିଯୋଗିତାରେ ଓଡ଼ିଶା କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛି। ଓଡ଼ିଶା ମହିଳା ଦଳ ମଧ୍ୟପ୍ରଦେଶ ସହିତ ଖେଳିଥିବା ପ୍ରଥମ ମ୍ୟାଚ୍‌କୁ ୨-୦ରେ ଜିତିଥିଲେ। ସେହିପରି ପୁରୁଷ ଦଳ ୨-୦ ସେଟ୍‌ରେ କର୍ଣ୍ଣାଟକକୁ ହରାଇ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛି। ଉଭୟ ଦଳର ଏହି ସଫଳତା ପାଇଁ ପ୍ରଶିକ୍ଷକ ଆଶୁତୋଷ ପାତ୍ର ଓ ପ୍ରବନ୍ଧକ ସ୍ମୃତିରଂଜନ ମହାପାତ୍ର ଦଳୀୟ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର