ଜାତୀୟ ଟେନିସ ବଲ୍‌ କ୍ରିକେଟ୍‌:ଓଡ଼ିଶା ଉପବିଜେତା

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ାଠାରେ ଆୟୋଜିତ ୨୯ ତମ ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ପଞ୍ଚମ ଥର ଲାଗି ଉପବିଜେତା ହୋଇଛି। ମଙ୍ଗଳବାର ଫାଇନାଲ୍‌ରେ ଉତ୍ତରପ୍ରଦେଶ ୭ ଓ୍ବିକେଟ୍‌ରେ ଓଡ଼ିଶାକୁ ହରାଇ ବିଜେତା ହୋଇଥିଲା। ଏହା ପୂର୍ବରୁ ସେମିଫାଇନାଲ୍‌ରେ ଓଡ଼ିଶା ୫ ଓ୍ବିକେଟ୍‌ରେ ରାଜସ୍ଥାନକୁ ହରାଇ ଫାଇନାଲ ସ୍ଥାନ ପକ୍କା କରିଥିଲା l ସେମିଫାଇନାଲର ଶ୍ରେଷ୍ଠ ଖେଳାଳି ପୁରସ୍କାର ଓଡ଼ିଶାର ଅଧିନାୟକ ପ୍ରକାଶ ସାହୁଙ୍କୁ ମିଳିଥିଲା। ଏହି ସଫଳତା ପାଇଁ ଓଡ଼ିଶା ଦଳରେ ସାମିଲ ଥିବା ଖେଳାଳି, ପ୍ରବନ୍ଧକ ଓ ପ୍ରଶିକ୍ଷକ ଚକ୍ରଧର ମାଝୀଙ୍କୁ ଓଡ଼ିଶା‌ ଟେନିସ ବଲ୍‌ କ୍ରିକେଟ୍‌ ସଂଘର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ସଭାପତି ସୁରଜ ମିଶ୍ର, ସମ୍ପାଦକ ଶିଥିଳ କୁମାର ପଣ୍ଡା, କୋଷାଧ୍ୟକ୍ଷ ଅଶୋକ ଦାସ, ଯୁଗ୍ମ ସହ ସମ୍ପାଦକ ସୋମନାଥ ପରିଡ଼ା ଓ ସଞ୍ଜୟ ବିଶୋଇ ସମେତ ବହୁ ସଂସ୍ଥା ଓ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି l ଉପବିଜେତା ଓଡ଼ିଶା ଦଳକୁ ବୁଧବାର ସମ୍ବର୍ଧିତ କରାଯିବ ବୋଲି ଓଡ଼ିଶା ଟେନିସ୍‌ ବଲ୍‌ କ୍ରିକେଟ୍‌ ସଂଘର ସଂପାଦକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର