ଜାତୀୟ ଉପକନିଷ୍ଠ ଟେନିସ୍ ବଲ୍ କ୍ରିକେଟ୍ କର୍ଣ୍ଣାଟକକୁ ହରାଇଲା ଓଡ଼ିଶା

ଭୁବନେଶ୍ବର: ମହାରାଷ୍ଟ୍ରର ନାଗପୁରଠାରେ ଚାଲିଥିବା ୩୨ତମ ଜାତୀୟ ଉପକନିଷ୍ଠ ଟେନିସ୍ ବଲ୍ କ୍ରିକେଟ୍‌ରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍-ଜିରେ ସ୍ଥାନ ପାଇଥିବା ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ କର୍ଣ୍ଣାଟକକୁ ୪୩ ରନ୍‌ରେ ପରାସ୍ତ କରିଛି। ମଙ୍ଗଳବାର ଓଡ଼ିଶା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦିବ୍ୟପ୍ରକାଶଙ୍କ ୪୯ ଏବଂ ରାହୁଲ ମୁଖୀଙ୍କ ୩୦ ରନ୍ ସହାୟତାରେ ନିର୍ଧାରିତ ୧୦ ଓଭରରେ ୨ ୱିକେଟ୍ ହରାଇ ୧୦୦ ରନ୍ କରିଥିଲା। ଏହାର ଜବାବରେ କର୍ଣ୍ଣାଟକ ମାତ୍ର ୫୮ ରନ୍ କରି ପାରିଥିଲା। ଓଡ଼ିଶା ପକ୍ଷରୁ ସତ୍ୟ ୩ ଏବଂ ଶ୍ରୀମନ୍ତ ଓ ପ୍ରିୟଦର୍ଶନ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର