ଜାତୀୟ ଥ୍ରୋ ବଲ୍‌ କ୍ବାର୍ଟର୍‌ରେ ଓଡ଼ିଶା

ଭୁବନେଶ୍ବର: ଚଣ୍ଡିଗଡ଼ଠାରେ ଜାଲିଥିବା ୪୧ତମ ଜାତୀୟ ବରି‌ଷ୍ଠ ଥ୍ରୋ ବଲ୍‌ ପ୍ରତିଯୋଗିତାରେ ଓଡ଼ିଶାର ଉଭୟ ମହିଳା ଓ ପୁରୁଷ ଦଳ କ୍ବାର୍ଟର୍‌ ଫାଇନାଲ୍‌ ପ୍ରବେଶ କରିଛନ୍ତି। ପୁରୁଷ ଦଳ ୪ ମ୍ୟାଚ୍‌ରୁ ୩ ଏବଂ ମହିଳା ଦଳ ୪ରୁ ୪ ବିଜୟ ସହ ଏହି ସ୍ଥାନ ପକ୍କା କରିଛନ୍ତି। ପୁରୁଷ ଦଳ ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ପଞ୍ଜାବକୁ ସମାନ ଭାବେ ୨-୦ରେ ହରାଇଥିଲା ବେଳେ ତାମିଲନାଡ଼ୁଠୁ ୧-୨ରେ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ମହିଳା ଦଳ ବିହାର, କର୍ଣ୍ଣାଟକ, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶକୁ ସମାନ ବ୍ୟବଧାନ ୨-୦ରେ ହରାଇ ଅପରା‌ଜେୟ ସହ କ୍ବାର୍ଟର୍‌ ଫାଇନାଲ୍‌ ସ୍ଥାନ ପକ୍କା କରିଛି।

ସମ୍ବନ୍ଧିତ ଖବର