ଜାତୀୟ ଥ୍ରୋ ବଲ୍‌ ଲାଗି ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡ଼ାଠାରେ ହେବାକୁଥିବା ଜାତୀୟ ଥ୍ରୋ ବଲ୍‌ ପ୍ରତିଯୋଗିତା ଲାଗି ଶୁକ୍ରବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ପ୍ରତିଯୋଗିତା ଆସନ୍ତା ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିଲାଗି ଓଡ଼ିଶା ଦଳ ଶୁକ୍ରବାର ବିଜୟଓ୍ଵାଡ଼ା ଗସ୍ତ କରିଛି। ଖେଳାଳିଙ୍କ ସହ ଏସ୍‌ ଜଗା ରେଡ୍ଡୀ (ପ୍ରଶିକ୍ଷକ), ସତୀକାନ୍ତ ପଟ୍ଟନାୟକ (ପ୍ରବନ୍ଧକ) ଏବଂ ଜାତୀୟ ମହାସଂଘର ଅଧିକାରୀ ଭାବେ ଯଶୋବନ୍ତ ପରମଗୁରୁ ଯାଇଛନ୍ତି। ସଫଳତା ପାଇଁ ଓଡ଼ିଶା ଥ୍ରୋ ବଲ୍‌ ସଂଘର ସଭାପତି ଭୁପିନ୍ଦର ସିଂହ କର୍ମକର୍ତା ଏବଂ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପୁରୁଷ ଦଳ: ସୁବ୍ରତ କୁମାର ବାନିଆ, ଦେବୀ ସ୍ୱାଇଁ, ଜ୍ୟୋର୍ତିମୟ ଜ୍ଞାନ, ଚିନ୍ମୟ ରାଉତ, ଶିବଶଙ୍କର ବିଶ୍ୱାଳ, ଶଙ୍କର ବେହେରା, ସଂଜୟ କୁମାର ବେହେରା, ପ୍ରଦୀପ ବେହେରା, କିଶୋର ଜାଲି, ଅଚ୍ୟୁତାନନ୍ଦ ପଟେଲ, ସୁଶାନ୍ତ କୁମାର ଦାସ, ନେପାଳ ରାଉତ, ସୁଶୀଲ କୁମାର ପାଢ଼ୀ, ମିର୍ଜା ଅର୍ଫାନ୍‌ ବାଗ୍‌।

ମହିଳା ଦଳ: ନିବେଦିତା ନାୟକ, ଶୁଭଦର୍ଶନୀ ଜେନା, ସ୍ନିଗ୍ଧା ମହାନ୍ତି, ପୁଷ୍ପଲତା ପ୍ରଧାନ, ଅମ୍ରିତା ପାଢ଼ୀ, ସବିତା ସାହୁ, ବିଜୟଲକ୍ଷ୍ମୀ ବିଶ୍ୱାଳ, ବିସ୍ମିତା ପ୍ରିୟଦର୍ଶନୀ, ସ୍ୱାଗତିକା ଜେନା, ଶୁଭଶ୍ରୀ ସାହୁ, ଜ୍ୟୋତର୍ମୟୀ ଦାଇ, ସ୍ୱାଗତିକା ପ୍ରିୟଦର୍ଶିନୀ, ସଙ୍ଗୀତା ସାହୁ, ରଚନା ନାୟକ।

ସମ୍ବନ୍ଧିତ ଖବର