ଜାତୀୟ ଥ୍ରୋ ବଲ୍‌: ବିଜୟରୁ ଓଡ଼ିଶାର ଅଭିଯାନ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡ଼ାଠାରେ ରବିବାରଠୁ ଆରମ୍ଭ ହୋଇଥିବା ଜାତୀୟ ଥ୍ରୋ ବଲ୍‌ ପ୍ରତିଯୋଗିତାରେ ଓଡ଼ିଶାର ଉଭୟ ପୁରୁଷ ଏବଂ ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷରେ ପୁଲ୍‌-ଡି’ରେ ଥିବା ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ପୁଦୁଚେରିକୁ ୨-୦ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ହିମାଚଳ ପ୍ରଦେଶକୁ ୨-୦ ସେଟ୍‌ରେ ପରାସ୍ତ କରି କ୍ୱାର୍ଟର୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି। ସେହିପରି ମହିଳା ଦଳ ପ୍ରଥମ ମ୍ୟାଚ୍‌ରେ ପୁଦୁଚେରିକୁ ୨-୦ ସେଟ୍‌ରେ ପରାସ୍ତ କରିଛି ବୋଲି ଓଡ଼ିଶା ରାଜ୍ୟ ଥ୍ରୋ ବଲ୍‌ ସଂଘର ସହ ସମ୍ପାଦକ ଯଶୋବନ୍ତ ପରମଗୁରୁ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର