ଜାତୀୟ ଟ୍ରାଏଥଲନ୍‌ ମାନ୍ୟତା: ଶୀର୍ଷରେ ପ୍ରଣବ

ଭୁବନେଶ୍ବର : ଓଡ଼ିଶାର ପ୍ରଥମ ଟ୍ରାଏଥଲନ୍‌ ବିଜେତା ପ୍ରଣବ ଦାସ ଜାତୀୟ ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି। ଚଳିତ ମାସରେ ପ୍ରକାଶିତ ତାଲିକା‌ରେ ପ୍ରଣବ ୪୭୧.୦୫ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଦିଲ୍ଲୀର ଛତ୍ରପତି ଆର୍ଯ୍ୟନ ଟଣ୍ଡନ (୩୩୦.୨୩) ଦ୍ବିତୀୟ ଓ ମଣିପୁରର ବିଜେନ କୁମାର ଲାଇଖୁରାମ (୨୮୭.୭୮) ତୃତୀୟ ସ୍ଥାନରେ ରହିଛନ୍ତି। ଚଳିତ ବର୍ଷ ଚେନ୍ନାଇରେ ହୋଇଥିବା ଟ୍ରାଏଥଲନ୍‌ ପ୍ରତିଯୋଗିତାରେ ସେ ପ୍ରଥମ ହୋଇଥିଲା ବେ‌ଳେ ରାଜସ୍ଥାନର ଉଦୟପୁରରେ ଦ୍ବିତୀୟ ଓ ଧନୁଶକୋଡ଼ି ଡୁଆଥଲନ୍‌ରେ ଦ୍ବିତୀୟ ସ୍ଥାନରେ ରହି ଏହି ପଏଣ୍ଟ ପାଇଛନ୍ତି। ଗତ ଗୁଜୁରାଟ ଜାତୀୟ କ୍ରୀଡ଼ାରେ ଖେଳାଯାଇଥିବା ଟାଏଥଲନ୍‌ରେ ସେ ସପ୍ତମ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର