ଜାତୀୟ ୟୁନିଫାଏଡ୍‌ ମହିଳା ଫୁଟ୍‌ବଲ୍‌ ଆରମ୍ଭ

ଭୁବନେଶ୍ବର: ସ୍ପେସାଲ ଅଲିମ୍ପିକ୍ସ ଭାରତ-ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସୋମବାରଠୁ ଜାତୀୟ ୟୁନିଫାଏଡ୍‌ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ପୁଡ଼ୁଚେରୀ, ପଞ୍ଜାବ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଆୟୋଜକ ଓଡ଼ିଶା ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଉଦଘାଟନୀ ଦିବସରେ ୪ ମ୍ୟାଚ୍‌ ଖେଳାଯାଇଥିଲା। ଏଥି‌ରେ ଓଡ଼ିଶା ୫-୦ରେ ପଞ୍ଜାବକୁ, ଝାଡ଼ଖଣ୍ଡ ୩-୦ରେ କର୍ଣ୍ଣାଟକକୁ ପରାସ୍ତ କରିଥିଲା ବେଳେ ପଶ୍ଚିମବଙ୍ଗ ୫-୦ରେ ଆନ୍ଧ୍ରପ୍ରଦେଶକୁ ଏବଂ ୬-୦ରେ ଝାଡ଼ଖଣ୍ଡକୁ ହରାଇ ଯୁଗଳ ବିଜୟ ପାଇଥିଲା। ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ବିଭିନ୍ନ ମ୍ୟାଚ୍‌ରେ ଦୁଃସାହାସିକ କ୍ରୀଡ଼ା ବିଶେଷଜ୍ଞ ଅର୍ପିତା ମହାପାତ୍ର, ପୂର୍ବତନ ନାଲ୍‌କୋ ଫୁଟ୍‌ବଲର୍‌ ବସନ୍ତ ପଣ୍ଡା ଏବଂ ବିଆର୍‌ଏମ୍‌ଏସ୍‌ଏଚ୍‌ଏର ଉପସଭାପତି ପ୍ରଦୀପ୍ତ ରଥ ଅତିଥି ଭାବେ ଯୋଗ ଦେଇଥିଲେ। ତ୍ରିନାଥ ସମଲ ରେଫରି ରହିଥିଲା ବେଳେ ଝସକେତନ ପ୍ରଧାନ ଓ ଝସକେତନ ସାହୁ ଲାଇନ୍‌ମ୍ୟାନ୍‌ ଏବଂ ଦୀପକ ମହନ୍ତ ‌ସ୍କୋରର୍‌ ଥିଲେ।

ସମ୍ବନ୍ଧିତ ଖବର