ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ଚାଲିଥିବା ଜାତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ା ରବିବାର ଉଦ୍ଯାପିତ ହୋଇଯାଇଛି। ଓଡ଼ିଶାର କିଟ୍, ଉତ୍କଳ, ସୋଆ, ଉତ୍ତର ଓଡ଼ିଶା ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟ ସର୍ବଭାରତୀୟ ଜୋନାଲ ପ୍ରତିଯୋଗିତାକୁ ଯୋଗ୍ୟତା ହାସଲ କରିଛନ୍ତି। କିଟ୍ ବାସ୍କେଟ୍ବଲ୍ (ପୁରୁଷ), ଭଲିବଲ୍ (ପୁରୁଷ), ଟେନିସ୍ (ପୁରୁଷ ଓ ମହିଳା)ରେ ସର୍ବଭାରତୀୟ ଯୋଗ୍ୟତା ହାତେଇଥିଲା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ବାସ୍କେଟ୍ବଲ୍ (ପୁରୁଷ), ହକି (ପୁରୁଷ), ଉତ୍ତର ଓଡ଼ିଶା ଭଲିବଲ୍ (ପୁରୁଷ), ସୋଆ ବିଶ୍ବବିଦ୍ୟାଳୟ ଟେନିସ୍ (ମହିଳା) ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟ ହକି (ପୁରୁଷ ଓ ମହିଳା)ରେ ସର୍ବଭାରତୀୟ ଯୋଗ୍ୟତା ହାସଲ କରିଛି। ସର୍ବଭାରତୀୟ ବାସ୍କେଟ୍ବଲ୍ (ପୁରୁଷ) ଆସନ୍ତା ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଏସ୍ଆର୍ଏମ୍ରେ, ଭଲିବଲ୍ (ପୁରୁଷ) କାନପୁରର ସିଏସ୍ଜେଏମ୍ରେ, ଟେନିସ୍ (ପୁରୁଷ) ଚେନ୍ନାଇର ଏସ୍ଆର୍ଏମ୍ରେ, ଟେନିସ୍ (ମହିଳା) ଆସନ୍ତା ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକର ମଣିପାଲ୍ ବିଶ୍ବବିଦ୍ୟାଳୟରେ, ହକି (ପୁରୁଷ) ଦିଲ୍ଲୀର ଏନ୍ଏଚ୍ଟିଏସ୍ରେ ଏବଂ ହକି (ମହିଳା) ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେବ। ରବିବାର ଉଦ୍ଯାପନ ଉତ୍ସବରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଡ. ଅଚ୍ୟୁତ ସାମନ୍ତ, କିଟ୍ ରେଜିଷ୍ଟ୍ରାର ସସ୍ମିତା ସାମନ୍ତ, କିଟ୍ କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିେଲ।
ଜାତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଉଦ୍ଯାପିତ
କିଟ୍ରେ ୨୬ରୁ ସର୍ବଭାରତୀୟ ଜୋନାଲ ମହିଳା ହକି
/sambad/media/post_attachments/wp-content/uploads/2018/10/14-kiit-tennisW-team.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)