ଜାତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ା: କିଟ୍‌ ମହିଳା ରୋପ୍‌ ସ୍କିପିଂ ଦଳ ତୃତୀୟ

ଭୁବନେଶ୍ବର: କିଟ୍‌ରେ ଚାଲିଥିବା ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ ଅଧୀନରେ ଜାତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ରୋପ୍‌ ସ୍କିପିଂରେ କିଟ୍‌ ମହିଳା ଦଳ ତୃତୀୟ ସ୍ଥାନ ପାଇଛି। ଭୋପାଳର ବାର୍କାତୁଲା ବିଶ୍ବବିଦ୍ୟାଳୟ ପ୍ରଥମ, ଆନ୍ଧ୍ରପ୍ରଦେଶର ଆଦି କବି ନାନାୟା ବିଶ୍ବ ବିଦ୍ୟାଳୟ ଦ୍ବିତୀୟରେ ରହିଥିଲା। ସେହିପରି ଗୁରୁବାର ରୋପ୍‌ ସ୍କିପିଂର ପୁରୁଷ ବର୍ଗ ଏବଂ ଟଗ୍‌ ଆଫ୍‌ ୱାର୍‌ର ମହିଳା ଓ ପୁରୁଷ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର କୌଣସି ଦଳ ସଫଳତା ପାଇନଥିଲେ। ଅନ୍ୟପକ୍ଷରେ ପୁରୁଷ କବାଡ଼ିରେ ଓଡ଼ିଶାର ଉତ୍କଳ ବିଶ୍ବବିଦ୍ୟାଳୟ ଲିଗ୍‌ ମ୍ୟାଚ୍‌ରେ ସତ୍ୟଭାମା ବିଶ୍ବବିଦ୍ୟାଳୟକୁ ହରାଇ ଅଭିଯାନଆରମ୍ଭ କରିଛି। ତୀରନ୍ଦାଜୀର ରିକର୍ଭ ରାଉଣ୍ଡ୍‌ରେ କିଟ୍‌ର ଉଭୟ ପୁରୁଷ ଓ ମହିଳା ଦଳ ଅଂଶଗ୍ରହଣ କରିବ।

ସମ୍ବନ୍ଧିତ ଖବର