ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହୋତ୍ସବରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ର ପ୍ରାଧାନ୍ୟ ଅବ୍ୟାହତ ରହିଛି। ପୂର୍ବାଞ୍ଚଳ ଲନ୍ ଟେନିସ୍ରେ କିଟ୍ ସେମିଫାଇନାଲ୍କୁ ଉଠି ସର୍ବଭାରତୀୟ ଯୋଗ୍ୟତା ଅର୍ଜନ କରି ନେଇଛି। ଡିସେମ୍ବରରେ କିଟ୍ରେ ହିଁ ଏହି ସର୍ବଭାରତୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିଭଳି ପୂର୍ବାଞ୍ଚଳ ବ୍ୟାଡ୍ମିଣ୍ଟନ୍ ପୁରୁଷ ବର୍ଗରେ କିଟ୍, ଉତ୍କଳ, ସମ୍ବଲପୁର, ରେଭେନ୍ସା ପ୍ରି-କ୍ୱାର୍ଟରଫାଇନାଲ୍ରେ ସ୍ଥାନ ପକ୍କା କରି ନେଇଛନ୍ତି। କିଟ୍ ୩-୦ରେ କୋଲହନକୁ, ଉତ୍କଳ ୩-୦ରେ ଏକେଏସ୍କୁ, ସମ୍ବଲପୁର ସମାନ ୩-୦ରେ ତ୍ରିପୁରାକୁ ଏବଂ ରେଭେନସା ୩-୧ରେ ସେଣ୍ଟ୍ରାଲ୍ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା। ଏହାର ମହିଳା ବର୍ଗରେ ଓଡ଼ିଶାରୁ ସମ୍ବଲପୁର ଓ ରେଭେନସା ପ୍ରି କ୍ୱାର୍ଟର ଫାଇନାଲ୍କୁ ପ୍ରବେଶ କରିଛନ୍ତି। ପୁରୁଷ ବାସ୍କେଟ୍ବଲ୍ରେ କିଟ୍ ୩୩-୧୫ରେ କଟନ୍କୁ, ରେଭେନସା ୫୧-୪୯ରେ ପଣ୍ଡିତ ରବି ଶଙ୍କରକୁ, ବ୍ରହ୍ମପୁର ୬୪-୫୫ରେ ମଗଧକୁ, ଉତ୍କଳ ୩୪-୧୧ରେ ସୋଆକୁ ପରାସ୍ତ କରିଥିଲା। ପୁରୁଷ ଭଲିବଲ୍ରେ କିଟ୍ ଓ ଉତ୍କଳ କ୍ୱାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ଇନ୍ଦିରାଗାନ୍ଧୀ ଜାତୀୟ ଆଦିବାସୀ ବିଶ୍ୱବିଦ୍ୟାଳୟକୁ କିଟ୍, ମଣିପୁରକୁ ଉତ୍ତର ଓଡ଼ିଶା, କଟନ୍କୁ ସମ୍ବଲପୁର ଏବଂ ବସ୍ତରକୁ ବ୍ରହ୍ମପୁର ସମାନ ୩-୦ ବ୍ୟବଧାନରେ ହରାଇଥିଲେ।
ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଟେନିସ୍ରେ କିଟ୍କୁ ସର୍ବଭାରତୀୟ ଯୋଗ୍ୟତା
/sambad/media/post_attachments/wp-content/uploads/2017/10/images-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)