ଜାତୀୟ ଉଷୁ: ଓଡ଼ିଶାକୁ ୩ ପଦକ

ଭୁବନେଶ୍ୱର: ସିଲଂସ୍ଥିତ ଆସାମ ରାଇଫଲ୍ସ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଆୟୋଜିତ ୨୬ତମ ଜାତୀୟ ବରିଷ୍ଠ ଉଷୁ ପ୍ରତିଯୋଗିତାରେ ଓଡ଼ିଶାକୁ ୧ ରୌପ୍ୟ, ୨ କାଂସ୍ୟ ସହ ୩ ପଦକ ମିଳିଛି। ଚଳିତ ମାସ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୨୭ (୮ ମହିଳା, ୧୯ ପୁରୁଷ) ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଚାଙ୍ଗକ୍ୱାନ୍‌ରେ ଦିବ୍ୟଲୋଚନ ପ୍ରଧାନ ରୌପ୍ୟ ଏବଂ ନାନ୍‌ଦାଓରେ ଜିତେନ୍ଦ୍ର କୁମାର ଓ ନାନ୍‌ଗୁନ୍‌ରେ ନିକି କୁମାରୀ ଖୁସ୍‌ଓ୍ଵା କାଂସ୍ୟ ପଦକ ଜିତିଥିଲେ। ଏଥିରେ ଓଡ଼ିଶା ଦଳର ପ୍ରବନ୍ଧକ ଭାବେ ପଙ୍କଜ ମହନ୍ତ ଯୋଗ ଦେଇଥିଲା ବେଳେ ଶରତ ଦାସ ଏବଂ ନବୀନ ସିଂହ ଅଧିକାରୀ ଭାବେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା ମୁଖ୍ୟ ବିଚାରକ ଦାୟିତ୍ୱ ତୁଲାଇଥିଲେ। ଏହି ସଫଳତା ଲାଗି ଓଡ଼ିଶା ଖେଳାଳିଙ୍କୁ ସଂଘର ସଭାପତି ଇଂ ସୁଧାଂଶୁ ଶେଖର ହରିଚନ୍ଦନ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର