ଭୁବନେଶ୍ବର: ଲିଙ୍ଗରାଜ ସ୍ପୋର୍ଟସ ଆସୋସିଏସନ୍ (ଏଲ୍ସିଏ) ସର୍ବଭାରତୀୟ ଆମନ୍ତ୍ରଣୀୟ ଭଲିବଲ୍ର ଏକାଦଶ ସଂସ୍କରଣ ଶନିବାର ଉଦ୍ଘାଟିତ ହୋଇଛି। ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ପୁଲିସ-ଆନ୍ଧପ୍ରଦେଶ ମୁହାଁ ମୁହିଁ ହୋଇଥିଲେ। ଏଥିରେ ପୁଲିସ ଦଳକୁ ଆନ୍ଧ୍ର ୨-୧ରେ ପରାସ୍ତ କରିଥିଲା। ସେହିଭଳି ଦ୍ବିତୀୟ ମୁକାବିଲାରେ ସିଆଇଏସଏଫ୍ ରାଞ୍ଚି ଓ ଛତିଶଗଡ଼ ପୁଲିସ ଭେଟାଭେଟି ହୋଇଥିଲେ। ଏହାକୁ ଛତିଶଗଡ଼ ପୁଲିସ ୨-୦ରେ ଜିତି ନେଇଥିଲା। ପୂର୍ବ ରେଳବାଇ ଏବଂ ଓଡ଼ିଶା ପୁଲିସ ମଧ୍ୟରେ ଖେଳା ଯାଇଥିବା ତୃତୀୟ ମ୍ୟାଚ୍ରେ ପୂର୍ବ ରେଳବାଇ ୨-୧ରେ ଏବଂ କ୍ରୀଡ଼ା ଛାତ୍ରାବାସ, ଭୁବନେଶ୍ବର-ସିଆଇଏସଏଫ୍ ରାଞ୍ଚି ଚତୁର୍ଥ ମ୍ୟାଚରେ ରାଞ୍ଚି ୨-୧ରେ ବିଜୟୀ ହୋଇଥିଲା। ଶନିବାର ଉଦ୍ଘାଟନୀ ଉତ୍ସବେର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ କର୍ପୋରେଟର ତଥା କ୍ଲବ୍ର ଉପସଭାପତି ହୃଦୟ ବଲ୍ଲଭ ସାମନ୍ତରାୟ ସମ୍ମାନିତ ଅତିଥି ଥିଲେ। ମୁଖପାତ୍ର ସୁରତ୍ନ ସାହୁ, ଭକ୍ତ ଚରଣ ଦାଶ, ଶିବ ନାରାୟଣ ବାରିକ, ସୁବାଷ ମିଶ୍ର ଓ ସଞ୍ଜୟ ଦାଶ, ନିହାର ମହାନ୍ତି, ସିତାକାନ୍ତ ନନ୍ଦ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ସର୍ବଭାରତୀୟ ଭଲିବଲ୍, ଆନ୍ଧ୍ର ଜିତିଲା ଉଦ୍ଘାଟନୀ ମୁକାବିଲା
/sambad/media/post_attachments/wp-content/uploads/2018/10/lsa-vollyball.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)