ଭୁବନେଶ୍ବର: ମଧ୍ୟପ୍ରଦେଶରେ ଚାଲିଥିବା ଜାତୀୟ ଉପକନିଷ୍ଠ କ୍ୟାଡେଟ୍ ଟେବୁଲ ଟେନିସ (ଟିଟି) ପ୍ରତିଯୋଗିତାର ଓଡ଼ିଶା ପଦକ ପକ୍କା କରି ଇତିହାସ ରଚିଛି। ଗ୍ରୁପ୍ ପର୍ଯ୍ୟାୟରେ ଓଡ଼ିଶା ୨-୩ରେ ଗୁଜରାଟଠୁ ହାରିବା ପରେ ପ୍ରତ୍ୟାବର୍ତ୍ତନ କରିଥିଲା। ମଧ୍ୟପ୍ରଦେଶ ଓ ରାଜସ୍ଥାନକୁ ହରାଇ ଓଡ଼ିଶା ପ୍ରିକ୍ବାର୍ଟରଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲା। ପ୍ରିକ୍ବାର୍ଟରଫାଇନାଲ୍ରେ ଓଡ଼ିଶା ୩-୧ରେ ତେଲେଙ୍ଗାନାକୁ ଏବଂ କ୍ବାର୍ଟରଫାଇନାଲ୍ରେ ତାମିଲନାଡ଼ୁକୁ ୩-୧ରେ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ସେମିଫାଇନାଲ୍ରେ ପହଞ୍ଚିଥିବାରୁ ଦଳ ଅତିକମ୍ରେ କାଂସ୍ୟ ପଦକ ନିଶ୍ଚିତ କରିଛି। ଗୁରୁବାର ସେମିଫାଇନାଲ୍ରେ ଦଳ ପେଟ୍ରୋଲିୟମ୍ ସ୍ପୋର୍ଟ୍ସ ପ୍ରମୋସନ ବୋର୍ଡକୁ ଭେଟିବ। ଓଡ଼ିଶା ଦଳରେ ଜିଜ୍ଞାଂଶୁ ସାଇ କିରଣ ପ୍ରଧାନ, ତମିଲ ମହମ୍ମଦ, ଅନିନ୍ଦ୍ୟ ଅନୁପମ ଦାସ, ଜିଜ୍ଞାଂଶୁ ସାହୁ, ରାଜ ଏସ୍ ସୁବ୍ରମନ୍ୟୁମ (ପ୍ରଶିକ୍ଷକ) ଓ ସମ୍ବିତ ଦାସ (ପ୍ରବନ୍ଧକ) ରହିଛନ୍ତି।
ଜାତୀୟ ଉପକନିଷ୍ଠ, କ୍ୟାଡେଟ୍ ଟିଟି: ଇତିହାସ ରଚିଲା ଓଡ଼ିଶା
/sambad/media/post_attachments/wp-content/uploads/2024/01/dgjdgjjgjgjgjg.jpg)