ଜାତୀୟ ଉପକନିଷ୍ଠ କୁସ୍ତି ଆରମ୍ଭ

କଟକ: ଜବାହରଲାଲ୍‌ ନେହେରୁ ଇଣ୍ତୋର ଷ୍ଟାଡିମୟରେ ସୋମବାରଠୁ ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆୟୋଜିତ ବାଳକ ଗ୍ରିକୋ ରୋମାନ ଷ୍ଟାଇଲ୍‌ରେ ହରିୟାଣା ଦଳଗତ ବିଜେତା ହୋଇଛି। ହରିୟାଣା ମୋଟ ୧୩ଟି ପଦକ ପାଇ ଶୀର୍ଷରେ ରହିଥିଲା ବେଳେ ୭ ପଦକ ସହ ଦିଲ୍ଲୀ ଦ୍ବିତୀୟ ଓ ୩ ପଦକ ସହ ସାଇ ତୃତୀୟ ସ୍ଥାନରେ ରହିଛି। ୪୫ କିଗ୍ରାରେ ଏସ୍‌ଏସ୍‌ସିବିର କିରଣ, ୪୮ କିଗ୍ରାରେ ହରିୟାଣାର ରୁପିନ୍‌, ୫୧କିଗ୍ରାରେ ଉତ୍ତର ପ୍ରଦେଶର ଅର୍ସଦ, ୫୫ କିଗ୍ରାରେ ଏସଏସ୍‌ସିବିର ପ୍ରବୀଣ ପାଟିଲ, ୬୦ କିଗ୍ରାରେ ହରିୟାଣାର ରବି, ୬୫ କିଗ୍ରାରେ ସାଇର ଅନୀଲ, ୭୧ କିଗ୍ରାରେ ହରିୟାଣାର ସଚିନ, ୮୦ କିଗ୍ରାରେ ହରିୟାଣାର ରୋହିତ, ୯୨ କିଗ୍ରାରେ ହରିୟାଣାର ନିତେଶ, ୧୧୦ କିଗ୍ରାରେ ହରିୟାଣାର ପ୍ରଭେଶ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ବିଭାଗର ପ୍ରତିଯୋଗିତାରେ ଓଡ଼ିଶାର କୌଣସି ଖେଳାଳି ପ୍ରତିନିଧିତ୍ବ କରିନାହାନ୍ତି।
ସ˚ଧ୍ୟାବେଳେ ସର୍ବଭାରତୀୟ ମହାସ˚ଘର ସଭାପତି ତଥା ସା˚ସଦ ବ୍ରିଜଭୂଷଣ ସରଣ ସି˚ହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କଟକ ସା˚ସଦ ଭତ୍ତୃର୍ହରି ମହତାବ, ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ଚୌଦ୍ବାର କଟକ ବିଧାୟକ ପ୍ରଭାତ ର˚ଜନ ବିଶ୍ବାଳ, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ଓଡ଼ିଶା ଦୌଡ଼କୁଦ ସ˚ଘ ସମ୍ପାଦକ ଆଶୀର୍ବାଦ ବେହେରା, ସ˚ଗଠନ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ଓଡ଼ିଶା କୁସ୍ତି ସ˚ଘ ସଭାପତି ରାମଚନ୍ଦ୍ର ପାଢୀ, ସମ୍ପାଦକ ବିନୋଦ ଦାସ, ରୁଚି ଉଦ୍ୟୋଗ ପରିଚାଳନା ନିର୍ଦ୍ଦେଶକ ଶରତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୮୦୦ ଖେଳାଳି ଭାଗ ନେଇଛନ୍ତି। ଏହି ଅବସରରେ ଖୋର୍ଦ୍ଧାର ପ୍ରସିଦ୍ଧ ପାଇକ ଆଖଡ଼ା ଏଠାରେ ପ୍ରଦର୍ଶିତ ହୋଇଥିଲା। ସନ୍ତୋଷ କୁମାର ଦାସ, କିଶୋର ଚନ୍ଦ୍ର ବେହେରା, ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ନାରାୟଣ ନାୟକ, କାଳନ୍ଦୀ ମାଳିଆ, ଦେବାଶିଷ ଘୋଷ, ଅମିତ କୁମାର ସାହୁ, ବିରଜା ପ୍ରସାଦ ଦାସ, ଭାରତ ଭୂଷଣ ସ୍ବାଇଁ, କୃଷ୍ଣଚନ୍ଦ୍ର ମଲ୍ଲିକ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର