ଜାତୀୟ ଭଲିବଲ୍‌: ଓଡ଼ିଶା ପୁରୁଷ ଓ ମହିଳା ଜିତିଲେ

ଭୁବନେଶ୍ବର: କିଟ୍‍ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ ପ୍ରତିଯୋଗିତାରେ ଶନିବାର ଦ୍ବିତୀୟ ଦିନରେ ଓଡ଼ିଶା ପୁରୁଷ ଓ ମହିଳା ଦଳ ବିଜୟୀ ହୋଇଛନ୍ତି। ଶୁକ୍ରବାର ମଧ୍ୟପ୍ରଦେଶ ହରାଇଥିବା ପୁରୁଷ ଦଳ ଆଜି ୩-୦‌ (୨୫-୧୮, ୨୫-୧୭, ୨୮-୨୬)ରେ ଛତିଶଗଡ଼କୁ ପରାସ୍ତ କରି ଲଗାତାର ଦ୍ବିତୀୟ ପାଇଛି। ତେବେ ରାଜସ୍ଥାନଠୁ କଡ଼ା ସଂଘର୍ଷ କରି ହାରିଥିବା ମହିଳା ଦଳ ୩-୦ (୨୫-୭, ୨୫-୯, ୨୫-୧୫)ରେ ମଣିପୁରକୁ ମାତ୍‌ ଦେଇଛି।

ତେବେ ଅନ୍ୟପୁରୁଷ ବର୍ଗରେ ଉତ୍ତରପ୍ରଦେଶ ୩-୦ରେ ଲଦାଖକୁ, ମଧ୍ୟପ୍ରଦେଶ ୩-୦ରେ ଛତିଶଗଡ଼କୁ, ଉତ୍ତରାଞ୍ଚଳ ୩-୨ରେ ତେଲେଙ୍ଗାନାକୁ, ଗୁଜରାଟ ୩-୦ରେ ମିଜୋରାମକୁ, ଝାଡ଼ଖଣ୍ଡ ୩-୧ରେ ବିହାରକୁ, ହିମାଚଳ ୩-୦ରେ ତ୍ରିପୁରାକୁ, ଆନ୍ଧ୍ରପ୍ରଦେଶ ୩-୦ରେ ମଣିପୁରକୁ ଏବଂ ପଶ୍ଚିମବଙ୍ଗ ୩-୦ରେ ପଣ୍ଡିଚେରିକୁ ପରାସ୍ତ କରିଥିଲେ। ମହିଳା ବର୍ଗରେ ତେଲେଙ୍ଗାନା ୩-୦ରେ ଲଦାଖକୁ, ଚଣ୍ଡିଗଡ଼ ୩-୦ରେ ଜମ୍ମୁ କାଶ୍ମୀରକୁ, ବିହାର ୩-୦ରେ ଝାଡ଼ଖଣ୍ଡକୁ, ଗୁଜରାଟ ୩-୦ରେ ପଞ୍ଜାବକୁ, କର୍ଣ୍ଣାଟକ ୩-୦ରେ ପଣ୍ଡିଚେରିକୁ, ଆନ୍ଧ୍ରପ୍ରଦେଶ ୩-୦ରେ ମିଜୋରାମକୁ, ଆସାମ ୩-୦ରେ ଛତିଶଗଡ଼କୁ, ହରିଆଣା ୩-୦ରେ ପଶ୍ଚିମବଙ୍ଗକୁ ଏବଂ ଉତ୍ତରପ୍ରଦେଶ ୩-୦ରେ ଝାଡ଼ଖଣ୍ଡକୁ ହରାଇଥିଲା।

ସମ୍ବନ୍ଧିତ ଖବର