ଜାତୀୟ ଭଲିବଲ୍‌: ଇତିହାସ ରଚିଲେ ଓଡ଼ିଶା ମହିଳା ଦଳ

ଭୁବନେଶ୍ବର: ଗୁଆହାଟୀରେ ଚାଲିଥିବା ୭୧ତମ ଜାତୀୟ ଭଲିବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ନୂଆ ଫର୍ଦ ଯୋଡ଼ି କ୍ବାର୍ଟରଫାଇନାଲ୍‌ ଉଠିଛନ୍ତି। ସୋମବାର ଖେଳାଯାଇଥିବା ପ୍ଲେ ଅଫ୍‌ରେ ଓଡ଼ିଶା ଗୁଜୁରାଟକୁ ୩-୦ରେ ପରାସ୍ତ କରିବା ପରେ ଶକ୍ତିଶାଳୀ ତାମିଲନାଡୁକୁ ମଧ୍ୟ ୩-୦ (୨୫-୧୬, ୨୫-୧୧, ୨୫-୨୦)ରେ ପରାସ୍ତ କରିଥିଲେ। ସେଟର୍‌ ଦେବୀକା, ବ୍ଲକର ଅଶ୍ବାନୀ, ଉତ୍କର୍ଷା, ଆଟାକର ଚେତନା, ଷ୍ଟାନସି, ଅଲ୍‌ରାଉଣ୍ଡର୍‌ କମଲେଶ ଏବଂ ଲିବେରୋ ଅନନ୍ୟାଙ୍କ ଚମତ୍କାର ଖେଳ କାରଣରୁ ଓଡ଼ିଶା ତାମିଲନାଡୁ ଭଳି ଦଳକୁ ଏକତରଫା ଭାବେ ହରାଇ ପ୍ରଥମ ଥର ପାଇଁ କ୍ବାର୍ଟରଫାଇନାଲ୍ ଉଠିଛି। ପୂର୍ବରୁ ଓଡ଼ିଶା ପୁରୁଷ ଦଳ ୫ ସେଟ୍‌ ଲଢ଼େଇ କରି ଦିଲ୍ଲୀଠାରୁ ୨-୩ରେ ହାରି ଆଗକୁ ଯିବାରୁ ବଞ୍ଚିତ ହୋଇଛନ୍ତି। ଓଡ଼ିଶା ଏହି ମ୍ୟାଚ୍‌କୁ ୨୩-୨୫, ୨୩-୨୫, ୨୫-୨୨, ୨୫-୨୦, ୧୫-୧୭ରେ ହାରିଥିଲା। ଓଡ଼ିଶା ମହିଳା ଦଳକୁ ଭାରତୀୟ ତଥା ଓଡ଼ିଶା ଭଲିବଲ୍ ସଂଘ ସଭାପତି ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର