ବ୍ରହ୍ମପୁର: ବିଶାଖାପାଟଣାରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାର ତୃତୀୟ ଦିବସରେ ଓଡ଼ିଶାକୁ ଆଉ ତିନି ପଦକ ମିଳିଛି। ବାଳକ କନିଷ୍ଠ ବିଭାଗ ୬୯ କେଜି ବର୍ଗରେ କାହ୍ନଚରଣ ସାହୁ ସ୍ନାଚ୍ରେ ୧୨୧ କେଜି, କ୍ଲିନ୍ ଆଣ୍ଡ ଜର୍କରେ ୧୪୯ କେଜି ଏବଂ ମୋଟ ୨୭୦ କେଜି ଭାରୋତ୍ତୋଳନ କରି ତିନିଟି ରୌପ୍ୟ ପଦକ ହାତେଇଛନ୍ତି। କାହ୍ନଙ୍କ ଘର ବ୍ରହ୍ମପୁରରେ ହୋଇଥିବା ବେଳେ ସେ ଢେଙ୍କାନାଳ ସାଇରେ ରହି ପ୍ରଶିକ୍ଷଣ ନେଉଛନ୍ତି। ପ୍ରତିଯୋଗିତାର ତୃତୀୟ ଦିବସ ସୁଦ୍ଧା ଓଡ଼ିଶାର ପଦକ ସଂଖ୍ୟା ୧୩ରେ ପହଁଚିଛି। ସେଥିରେ ୨ ସ୍ୱର୍ଣ୍ଣ ଓ ୧୧ ରୌପ୍ୟ ପଦକ ସାମିଲ ରହିଛି।
ଜାତୀୟ ଭାରୋତ୍ତୋଳନରେ କାହ୍ନଙ୍କୁ ୩ ରୌପ୍ୟ
/sambad/media/post_attachments/wp-content/uploads/2018/02/kanhu-charan-sahu-weight-lifter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)