ଜାତୀୟ ଭାରୋତ୍ତୋଳନରେ କାହ୍ନଙ୍କୁ ୩ ରୌପ୍ୟ

ବ୍ରହ୍ମପୁର: ବିଶାଖାପାଟଣାରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାର ତୃତୀୟ ଦିବସରେ ଓଡ଼ିଶାକୁ ଆଉ ତିନି ପଦକ ମିଳିଛି। ବାଳକ କନିଷ୍ଠ ବିଭାଗ ୬୯ କେଜି ବର୍ଗରେ କାହ୍ନଚରଣ ସାହୁ ସ୍ନାଚ୍‌ରେ ୧୨୧ କେଜି, କ୍ଲିନ୍‌ ଆଣ୍ଡ ଜର୍କରେ ୧୪୯ କେଜି ଏବଂ ମୋଟ ୨୭୦ କେଜି ଭାରୋତ୍ତୋଳନ କରି ତିନିଟି ରୌପ୍ୟ ପଦକ ହାତେଇଛନ୍ତି। କାହ୍ନଙ୍କ ଘର ବ୍ରହ୍ମପୁରରେ ହୋଇଥିବା ବେଳେ ସେ ଢେଙ୍କାନାଳ ସାଇରେ ରହି ପ୍ରଶିକ୍ଷଣ ନେଉଛନ୍ତି। ପ୍ରତିଯୋଗିତାର ତୃତୀୟ ଦିବସ ସୁଦ୍ଧା ଓଡ଼ିଶାର ପଦକ ସଂଖ୍ୟା ୧୩ରେ ପହଁଚିଛି। ସେଥିରେ ୨ ସ୍ୱର୍ଣ୍ଣ ଓ ୧୧ ରୌପ୍ୟ ପଦକ ସାମିଲ ରହିଛି।

ସମ୍ବନ୍ଧିତ ଖବର