ବ୍ରହ୍ମପୁର: ବିଶାଖାପଟନମ୍ରେ ଆରମ୍ଭ ହୋଇଥିବା ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାର ସର୍ବକନିଷ୍ଠ ବାଳକ ବିଭାଗର ୫୦ କେଜି ବର୍ଗରେ ଘାସିରାମ ଖୋରା ତିନିଟି ରୌପ୍ୟ ପଦକ ହାସଲ କରିଛନ୍ତି। ସ୍ନାଚ୍ରେ ୮୪ କେଜି, କ୍ଲିନ୍ ଆଣ୍ଡ ଜର୍କରେ ୧୦୪ କେଜି ଏବଂ ମୋଟ ୧୮୮ କେଜି ଭାରୋତ୍ତୋଳନ କରି ସେ ଏହି ସଫଳତା ହାସଲ କରିଛନ୍ତି। ଘାସିରାମ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ। ଏହି ଜାତୀୟ ପ୍ରତିଯୋଗିତା ଆସନ୍ତା ୨୫ ତାରିଖରେ ଶେଷ ହେବ। ଏଥିରେ ଉଭୟ କନିଷ୍ଠ ଓ ସର୍ବ କନିଷ୍ଠରେ ଓଡ଼ିଶାର ମୋଟ ୨୭ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ବାଳକ ବିଭାଗରେ ଘାସିରାମ ଖୋରା, ଶ୍ରୀକାନ୍ତ ମଲ୍ଲିକ, ମୁନା ନାୟକ, ରାଜେନ୍ଦ୍ର ମୁଦୁଲି, ସଚିନ୍ ରାଉତ, ମନୋଜ କୁମାର ସାହୁ, ରଘୁନାଥ ଖିଲ, କାହ୍ନଚରଣ ସାହୁ, ସନାତନ ମଲ୍ଲିକ, ଶକ୍ତିପ୍ରସାଦ ସ୍ୱାଇଁ, ନନ୍ଦନ କୁମାର ସାହୁ, ବିଶ୍ୱଜିତ୍ ପ୍ରସାଦ ସାହୁ, ଶିବମ୍ ଏବଂ ବାଳିକା ବିଭାଗର ବିଭିନ୍ନ ବର୍ଗରେ ରିଙ୍କି ନାୟକ, ସ୍ନେହା ସୋରେନ୍, ଝିିଲ୍ଲି ଦଳବେହେରା, ମୋତି ଜାନି, ବୀଣା ସୋରେନ୍, ରଶ୍ମୀତା ମହାରଣା, ରଶ୍ମୀତା ସିଂ, ଯୁବତୀ ଦେହୁରୀ, ଦେବକୀ ଖିଲ, ସାମ୍ବର ସାମଦ, ରୋସ୍ନି ତାଣ୍ଡି, ବନୀତା ଘଡ଼େଇ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ଦଳ ସହ ପ୍ରଶିକ୍ଷକ ଭାବେ ପି ଧର୍ମାରାଓ, ଗୋପାଳକୃଷ୍ଣ ଦାଶ, ପ୍ରବନ୍ଧକ ଭାବେ ଏସ୍ ରାମାରାଓ, ବାପୁନି ବିଶ୍ୱାଳ ଏବଂ ପ୍ରତିଯୋଗିତାରେ ରେଫରି ଭାବେ ଯୋଗ ଦେବାପାଇଁ ଓଡ଼ିଶା ଭାରୋତ୍ତୋଳନ ସଂଘ ସମ୍ପାଦକ ନାରାୟଣ ସାହୁ ଗସ୍ତ କରିଛନ୍ତି।
ଜାତୀୟ ଭାରୋତ୍ତୋଳନରେ ଘାସିରାମଙ୍କୁ ୩ ରୌପ୍ୟ
/sambad/media/post_attachments/wp-content/uploads/2018/02/ghasiram-khora.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)