ବ୍ରହ୍ମପୁର: ବିହାରର ଗୟାଠାରେ ଆୟୋଜିତ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାର ୫ମ ଦିନରେ ଓଡ଼ିଶା ୨ଟି ପଦକ ଅମଳ କରିଛି। କନିଷ୍ଠ ବାଳକ ବିଭାଗ ୭୩ କେଜି ବର୍ଗରେ ବ୍ରହ୍ମପୁରର ମନୋଜ କୁମାର ସାହୁ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ୧୧୬ କେଜି ସ୍ନାଚ୍ ଏବଂ ୧୫୧ କେଜି କ୍ଲିନ୍ ଆଣ୍ଡ ଜର୍କ (ମୋଟ ୨୬୭ କେଜି) ଭାରୋତ୍ତୋଳନ କରି ଏହି ସଫଳତା ପାଇଛନ୍ତି। ମନୋଜ ବ୍ରହ୍ମପୁର ଜଉରା ସାହି ବାସିନ୍ଦା ହୋଇଥିବା ବେଳେ ବୀର ହନୁମାନ କ୍ଲବ୍ରେ ପୂର୍ବରୁ ଅଭ୍ୟାସ କରୁଥିଲେ। ଏବେ କିଟ୍ ସ୍ଥିତ ହାଇ ପରଫରମାନ୍ସ ସେଣ୍ଟରରେ ତାଲିମ ନେଉଛନ୍ତି। ସେହିପରି ଯୁବ ବାଳିକା ବିଭାଗ ୬୪ କେଜି ବର୍ଗରେ ଦେବକୀ ଖିଲ କାଂସ୍ୟ ପଦକ ଲାଭ କରିଛନ୍ତି। ସେ ୬୫ କେଜି ସ୍ନାଚ୍, ୮୯ କେଜି କ୍ଲିନ୍ ଆଣ୍ଡ ଜର୍କ୍ (ମୋଟ ୧୫୪ କେଜି) ଭାରୋତ୍ତୋଳନ କରିଥିଲେ। ଦେବକୀ ଏବେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ଅଛନ୍ତି।
ଜାତୀୟ ଭାରୋତ୍ତୋଳନ: ମନୋଜଙ୍କୁ ସ୍ବର୍ଣ୍ଣ, ଦେବକୀଙ୍କୁ କାଂସ୍ୟ
/sambad/media/post_attachments/wp-content/uploads/2019/10/dsfdfdfdafdfgdg56d7g98da4g1ad56g4156da4fgadfadfadf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)